Latest Odisha News

ଲୋକସେବା ଭବନ ସ୍ଥାୟୀ କାର୍ଯ୍ୟାଳୟ, ମୁଣ୍ଡିଆ ମାରି ପ୍ରବେଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଗୁରୁବାର ନିଜର ସ୍ଥାୟୀ କାର୍ଯ୍ୟକାଳରେ ପ୍ରବେଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବିଧିବଦ୍ଧ ଭାବରେ ଲୋକସେବା ଭବନରେ ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟଭାର ସମ୍ଭାଳିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ ପାଇଁ ବିଭିନ୍ନ ରଙ୍ଗ ବେରଙ୍ଗ ଫୁଲରେ ସଜେଇ ହୋଇଛି ଲୋକସେବା ଭବନ ପରିସର। ମୁଖ୍ୟମନ୍ତ୍ରୀ ହେବାର ୨୨ ଦିନ ପରେ ନିଜର ସ୍ଥାୟୀ କାର୍ଯ୍ୟାଳାୟ ଲୋକସଭା ଭବନର ତୃତୀୟ ମହଲାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ସମେତ ବରିଷ୍ଠ ପ୍ରଶାସନିକ ଅଧିକାରୀ, ଆଇଏଏସ୍ ଏବଂ ଓଏଏସ୍ କର୍ମଚାରୀ ସଂଘ ମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ କରିଥିଲେ। ଏନେଇ ଲୋକସେବା ଭବନର ତୃତୀୟ ମହଲାରୁ ପହଞ୍ଚିବା ପରେ ତାଙ୍କୁ ପାଛୋଟି ନେଇଥିଲେ କ୍ୟାବିନେଟ୍ ମନ୍ତ୍ରୀ। ଏହାପରେ ମୁଣ୍ଡିଆ ମାରି ଲୋକସଭା ଭବନକୁ ପ୍ରବେଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାପରେ ସେ ଆଜି ବିଧିବଦ୍ଧ ଭାବରେ କାର୍ଯ୍ୟ ଆରମ୍ଭ କରିଛନ୍ତି । ତେବେ ଜୁନ୍ ୧୨ରେ ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ନେବା ପରେ ୨୨ ଦିନ ହେଲା ରାଜ୍ୟ ଅତିଥି ଭବନରେ ମୁଖ୍ୟମନ୍ତ୍ରୀଙ୍କ ଅସ୍ଥାୟୀ କାର୍ଯ୍ୟାଳୟ ଚାଲିଥିଲା ।

Leave A Reply

Your email address will not be published.