Latest Odisha News

ଦୀର୍ଘ ୨ ଘଣ୍ଟା ୮ ମିନିଟ୍ ବଜେଟ ପଢ଼ି ରେକର୍ଡ କଲେ ମୋହନ ମାଝୀ, ଜାଣନ୍ତୁ ଯୋଜନା ବାବଦରେ

ଭୁବନେଶ୍ୱର: ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ୨.୬୫ ଲକ୍ଷ କୋଟି ଟଙ୍କାର ବଜେଟରେ ଓଡ଼ିଶା ସରକାର ଅନେକ ନୂଆ ପଦକ୍ଷେପ ଆରମ୍ଭ କରିଛନ୍ତି। ଏଥିସହ ବିଧାନସଭାରେ ଦୀର୍ଘ ୨ ଘଣ୍ଟା ୮ ମିନିଟ୍ ବଜେଟ ପଢ଼ି ମୋହନ ମାଝୀ ରେକର୍ଡ଼ କରିଛନ୍ତି। ଯାହା ବିଧାନସଭାର ସର୍ବକାଳୀନ ରେକର୍ଡ ବୋଲି କୁହାଯାଉଛି।

ଅର୍ଥ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ଯେ କୃଷକ, ମହିଳା, ଯୁବକ ଓ ଗରିବ ଲୋକଙ୍କ ବିକାଶକୁ ପ୍ରାଥମିକତା ଦିଆଯାଇଛି ଏବଂ ସରକାର ଲୋକଙ୍କ ଆକାଂକ୍ଷା ପୂରଣ କରିବେ। ବିଜେପି ସରକାରଙ୍କ ଉଦ୍ଦେଶ୍ୟ ହେଉଛି ରାଜ୍ୟର ସାମଗ୍ରିକ ବିକାଶ ସୁନିଶ୍ଚିତ କରିବା ବୋଲି ସେ କହିଛନ୍ତି।

ଜାଣନ୍ତୁ ବଜେଟରେ ଘୋଷଣା ହୋଇଥିବା ଯୋଜନା ବାବଦରେ

  • ମହିଳାଙ୍କ ପାଇଁ ସୁଭଦ୍ରା ଯୋଜନା – ୧୦ ହାଜର କୋଟି
  • ଅନାଥ ଶିଶୁ ମାନଙ୍କ ପାଇଁ ଯଶୋଦା ଯୋଜନା- ୮୩ କୋଟି
  • ଆଦର୍ଶ ଶିଶୁ ସମୃଦ୍ଧ ଗ୍ରାମ ପୁରସ୍କାର – ବର୍ଷକୁ ୧୫୦୦ ଗ୍ରାମ ପଞ୍ଚାୟତକୁ ଦିଆଯିବ ପୁରସ୍କାର
  • ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା
  • ସୁରେନ୍ଦ୍ର ସାଏ ଦିବ୍ୟ ଦୃଷ୍ଟି ଯୋଜନା (ଚକ୍ଷୁ ଚିକିତ୍ସା)
  • ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ସେବା ମିଶନ
  • ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା (ପ୍ରାଥମିକ ଶିକ୍ଷା)
  • ପଞ୍ଚସଖା ଶିକ୍ଷା ସେତୁ ଯୋଜନା (ପୁରାତନ ଛାତ୍ରଛାତ୍ରୀଙ୍କ ଯୋଗଦାନ)
  • ଗଙ୍ଗାଧର ମେହେର ଶିକ୍ଷା ମାନକ ବୃଦ୍ଧି ଯୋଜନା (ବିଦ୍ୟାଳୟରେ ନାମ ଲେଖା ବୃଦ୍ଧି ପାଇଁ)
  • ମାଧୋ ସିଂ ହାତ ଖର୍ଚ୍ଚ ଯୋଜନା (ସ୍କୁଲ ଡ୍ରପ ଆଉଟ୍ କମାଇବା ପାଇଁ)
  • ଗୁଣାତ୍ମକ ଶିକ୍ଷାର ଆଧୁନିକୀକରଣ – ବିଶ୍ଵବିଦ୍ୟାଳୟ ଯୋଜନା (ଆଦିବାସୀ ଭାଷା ସଂରକ୍ଷଣ ଓ ପ୍ରୋତ୍ସାହନ ପାଇଁ)
  • ଓଡ଼ିଆ ଉତ୍ତମ ଛାତ୍ରବୃତ୍ତି ଯୋଜନା (ପ୍ରତି ବର୍ଷ ୩୦ ପ୍ରତିଶତ ଏସସି ଏବଂ ଏସଟି ଛାତ୍ରଛାତ୍ରୀଙ୍କୁ ଛାତ୍ରବୃତ୍ତି)
  • ଗୋଦାବରୀଶ ବିଦ୍ୟାର୍ଥୀ ପ୍ରୋତ୍ସାହନ ଯୋଜନାରେ ଲାପଟପ୍ ଦିଆଯିବ
  • ଯୁବକ ମାନଙ୍କ ବିକାଶ ପାଇଁ ଯୁବ ଶକ୍ତି ଯୋଜନା
  • ଖେଳ ରତ୍ନ ଖୋଜା ଅଭିଯାନ (ଭଲ କ୍ରୀଡାବିତ୍ ଖୋଜିବା ପାଇଁ)
  • ଗ୍ରାମାଞ୍ଚଳ ଗରିବଙ୍କୁ ପକ୍କାଘର ଯୋଗାଇବା ପାଇଁ ଅନ୍ତ୍ୟୋଦୟ ଗୃହ ଯୋଜନା
  • ଗ୍ରାମାଞ୍ଚଳ ପରିବହନ ଯୋଜନା
  • ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନା
  • ସୁବହାକ କାର୍ଯ୍ୟକ୍ରମ (ଡ୍ରାଇଭର ମାନଙ୍କ ସୁବିଧା ପାଇଁ)
  • ସେତୁ ବନ୍ଧନ ଯୋଜନା
  • ମୁଖ୍ୟମନ୍ତ୍ରୀ ଶକ୍ତି ବିକାଶ ଯୋଜନା (ନିରବଚ୍ଛିନ୍ନ ବିଜୁଳି ଯୋଗାଣ ପାଇଁ)
  • ଓଡ଼ିଶା ବିତରଣ ବ୍ୟବସ୍ଥା ସୁଦୃଢ଼ୀକରଣ ଯୋଜନା (ଲୋ ଭୋଲ୍ଟେଜ୍ ସମସ୍ୟା ଦୂର କରିବା ପାଇଁ)
  • ଓଡ଼ିଶା ବିଦ୍ୟୁତ୍ ସଂଚାରଣ ବ୍ୟବସ୍ଥା ସୁଦୃଢ଼ୀକରଣ ଯୋଜନା (ବିଦ୍ୟୁତ୍ ସଂଚାରଣ ସୁଦୃଢ କରିବା ପାଇଁ)
  • ଓଡ଼ିଶା ଅକ୍ଷୟ ଶକ୍ତି ବିକାଶ ଯୋଜନା
  • ସୌର ଶକ୍ତି ପ୍ରୋତ୍ସାହନ ଯୋଜନା
  • “ଉତ୍କର୍ଷ ଉତ୍କଳ” ନିବେଶ ସମ୍ମିଳନୀ (ଓଡ଼ିଶାରେ ଘରୋଇ ପୁଞ୍ଜିନିବେଶ ସହ ବିଦେଶୀ ପୁଞ୍ଜିନିବେଶ)
  • ଶିଳ୍ପ କରିଡ଼ର ବିକାଶ ପାଇଁ ଆର୍ଥିକ ସହାୟତା ଯୋଜନା
  • ଶିଳ୍ପପୁଞ୍ଜର ବିକାଶ ପାଇଁ ଆର୍ଥିକ ସହାୟତା ଯୋଜନା
  • କନେକ୍ଟ ଓଡ଼ିଶା ଯୋଜନା – ମଲ୍ଟି ମୋଡ଼ାଲ ଲଜିଷ୍ଟିକ ପାର୍କ
  • ମେଗା ଫୁଡ୍ ପାର୍କ ପାଇଁ ଆର୍ଥିକ ସହାୟତା ଯୋଜନା
  • ରାଜ୍ୟ ରାଜଧାନୀ ଅଞ୍ଚଳରେ ଏଫଡିଆଇ ପାର୍କ ଯୋଜନା
  • ଶିଳ୍ପାଞ୍ଚଳରେ ଦିନ ଦୟାଲ କର୍ମଚାରୀ ନିବାସ ଯୋଜନା (ଶ୍ରମିକ ମାନଙ୍କ ପାଇଁ ଘର)
  • ଓଡ଼ିଶା ଷ୍ଟାର୍ଟଟପ୍ ଅଭିବୃଦ୍ଧି ପାଣ୍ଠିର ପରିକଳ୍ପନା – ୨୫ କୋଟି
  • ଷ୍ଟାର୍ଟଅପ୍ ପଲିସି ଅଧିନରେ ଏମଏସଏମଇ ପାଇଁ ଆର୍ଥିକ ସହାୟତା – ୩୫ କୋଟି
  • ମୁଖ୍ୟମନ୍ତ୍ରୀ ବରିଷ୍ଠ ବୁଣାକାର ଓ କାରିଗର ସହାୟତା ଯୋଜନା
  • ପ୍ରଗତି ପ୍ରବାହ ପତ୍ରିକା (ସରକାରୀ ଯୋଜନାର ପ୍ରଚାର ପ୍ରସାର ଓ ସଚେତନତା ପାଇଁ)
  • ହେରିଟେଜ ବିକାଶ ଯୋଜନା
  • ସମୃଦ୍ଧ କୃଷକ ଯୋଜନା – ୫ ହାଜର କୋଟି
  • ଓଡ଼ିଶା ବଳଭଦ୍ର ଜୈବିକ ଚାଷ ମିଶନ
  • ବନ୍ଧ ସୁରକ୍ଷା ଏବଂ ଉନ୍ନତିକରଣ ଯୋଜନା
  • ସେଚାଞ୍ଚଳ ଉନ୍ନତିକରଣ ଓ ଜଳ ପରିଚାଳନା ଯୋଜନା
  • ମୁଖ୍ୟମନ୍ତ୍ରୀ କେନାଲ ଲାଇନିଂ ଯୋଜନା
  • ନବକୃଷ୍ଣ ଚୌଧୁରୀ ସେଚ ଉନ୍ନୟନ ଯୋଜନା
  • ମୁଖ୍ୟମନ୍ତ୍ରୀ ବିପର୍ଯ୍ୟୟ ପ୍ରତିରୋଧ ଲୁଣି ବନ୍ଧ ପ୍ରକଳ୍ପ
  • ସିଏମ୍ କିଷାନ ଯୋଜନା

Comments are closed.