Latest Odisha News

କଡା ସମାଲୋଚନା ପରେ ଏଏମଏମଏର ସଭାପତି ପଦରୁ ଇସ୍ତଫା ଦେଲେ ମୋହନଲାଲ

ବେଙ୍ଗାଲୁରୁ: ଅଭିନେତା ମୋହନଲାଲ ମାଲାୟାଲମ ଚଳଚ୍ଚିତ୍ର କଳାକାର ସଂଘର ସଭାପତି ପଦରୁ ଇସ୍ତଫା ଦେଇଛନ୍ତି।

ରିପୋର୍ଟ ଅନୁଯାୟୀ, କାର୍ଯ୍ୟନିର୍ବାହୀ କମିଟିର ସମସ୍ତ ସଦସ୍ୟ ମିଳିତ ଭାବେ ଇସ୍ତଫା ପତ୍ର ଦାଖଲ କରିଛନ୍ତି। ସବୁ ସଦସ୍ୟଙ୍କ ଇସ୍ତଫା ପରେ ଏବେ କମିଟି ଭାଙ୍ଗିଯାଇଛି। ଦୁଇ ମାସ ମଧ୍ୟରେ ନିର୍ବାଚନ ପରେ ଏକ ନୂତନ କମିଟି ଗଠନ କରାଯିବ ବୋଲି ଫିଲ୍ମ ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି।

ଜଷ୍ଟିସ୍ କେ ହେମା କମିଟିର ରିପୋର୍ଟରେ ଏଏମଏମଏର ସଦସ୍ୟଙ୍କ ବିରୋଧରେ ଆରୋପ ଲାଗିଥିବା ଜାଣି ବି ମୋହନଲାଲ କିଛି ପ୍ରତିକ୍ରିୟା ରଖିନଥିଲେ। ଏନେଇ ତାଙ୍କୁ କଡା ସମାଲୋଚନା କରାଯାଇଥିଲା। ଯାହା ପରେ ସେ ଇସ୍ତଫା ଦେଇଥିବା ଜଣାପଡିଛି।

ମାଲାୟାଲମ ଫିଲ୍ମ ଇଣ୍ଡଷ୍ଟ୍ରିରେ ଯୌନ ଶୋଷଣ ନେଇ ରିପୋର୍ଟ ଆସିବା ପରେ ମୋହନଲାଲଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା । ଏହା ପୂର୍ବରୁ ନିର୍ଦ୍ଦେଶକ ରଞ୍ଜୀତ କେରଳ ଚଳଚ୍ଚିତ୍ର ଏକାଡେମୀର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ । ସେହିଭଳି ଅଭିନେତା ସିଦ୍ଦିକି ମାଲାୟାଲମ ମୁଭି ଆର୍ଟିଷ୍ଟ ଆସୋସିଏସନର ସାଧାରଣ ସଂପାଦକ ପଦ ଛାଡ଼ିଛନ୍ତି ।

Comments are closed.