ନୂଆଦିଲ୍ଲୀ: ବିବାହର ୨୯ ବର୍ଷ ପରେ ଏ.ଆର୍ ରହମାନ ଏବଂ ସାଇରା ବାନୁଙ୍କ ଛାଡପତ୍ର ପ୍ରଶଂସକଙ୍କୁ ଚକିତ କରିଥିଲା। ଏହାରି ମଧ୍ୟରେ ଏ. ଆର୍ ରହମାନଙ୍କ ସହ କାମ କରୁଥିବା ମୋହିନୀ ଦେ ମଧ୍ୟ ତାଙ୍କ ସ୍ୱାମୀଙ୍କଠାରୁ ଅଲଗା ହେବା ନେଇ ଘୋଷଣା କରିଥିଲେ। ଯାହା ପରେ ରହମାନ ଓ ମୋହିନିଙ୍କ ସମ୍ପର୍କକୁ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଥିଲ।
ଏ. ଆର୍ ରହମାନଙ୍କ ସହ ସମ୍ପର୍କକୁ ନେଇ ଅପପ୍ରଚାର ହେବା ପରେ ମୋହିନି ଦେ ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରିଛନ୍ତି।
ମୋହିନୀ କହିଛନ୍ତି ଯେ, “ଏ.ଆର୍ ରହମାନ ଜଣେ ଲିଜେଣ୍ଡ, ଏବଂ ସେ ମୋ ପାଇଁ ପିତାଙ୍କ ଭଳି! ମୋ ଜୀବନରେ ଅନେକ ରୋଲ୍ ମଡେଲ୍ ଅଛନ୍ତି ଯେଉଁମାନେ ମୋ କ୍ୟାରିୟର ଏବଂ ଅପବ୍ରିଙ୍ଗିଙ୍ଗରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି।”
ସେ ଆହୁରି କହିଛନ୍ତି ଯେ ସେ ଆଠ ବର୍ଷ ଧରି ଏ. ଆର୍ ରହମାନଙ୍କ ସହ ବେସିଷ୍ଟ ଭାବରେ କାମ କରୁଥିଲେ। ଏଭଳି ଅପପ୍ରଚାର ଲୋକଙ୍କ ମନ ଏବଂ ଜୀବନ ଉପରେ ଏହାର କି ପ୍ରଭାବ ପଡୁଛି ମିଡିଆ ତଥା ପ୍ୟାପ୍ ବୁଝିପାରୁନାହାଁନ୍ତି। ଟିକେ ସମ୍ବେଦନଶୀଳ ହୁଅନ୍ତୁ। ମୁଁ କୌଣସି ସ୍ପଷ୍ଟୀକରଣ ଦେବାକୁ ଚାହୁଁ ନାହିଁ, ଅପରପକ୍ଷରେ ମୁଁ ଚାହେଁ ନାହିଁ ଯେ ଏଥିପାଇଁ ମୋ ଦିନ ନଷ୍ଟ କିମ୍ବା ପ୍ରଭାବିତ ହେଉ। ତେଣୁ ଦୟାକରି ଏଭଳି ମିଥ୍ୟା ଦାବିକୁ ବନ୍ଦ କରନ୍ତୁ ଏବଂ ଆମର ଗୋପନୀୟତାକୁ ସମ୍ମାନ ଦିଅନ୍ତୁ।