ଯେଉଁଦିନ ମିଳିଥିଲା ମହାଦେବଙ୍କ ରୋଲ ସେଦିନ ହୋଇଥିଲା ପିତାଙ୍କ ମୃତ୍ୟୁ, କିଛି ଏପରି ଥିଲା ମୋହିତଙ୍କ କ୍ୟାରିୟର ଯାତ୍ରା
ମୁମ୍ବାଇ: ଅଭିନେତା ମୋହିତ ରାଇନାଙ୍କୁ କିଏ ବା ଜାଣେ । ପୌରାଣିକ ସିରିଏଲ୍ ମହାଦେବରେ ଭଗବାନ ଶିବଙ୍କ ଚରିତ୍ରରେ ଅଭିନୟ କରିଥିବା ମୋହିତ ଅଭିନୟ ଜଗତରେ ବେଶ୍ ପ୍ରଶଂସା ସାଉଣ୍ଟିଥିଲେ। ଏହି ଚରିତ୍ର ତାଙ୍କୁ ରାତାରାତି ପ୍ରସିଦ୍ଧ କରିଥିଲା । ଲୋକଙ୍କ ମନରେ ମହାଦେବ ଭାବରେ ଯେଉଁ ଯାଗା ସୃଷ୍ଟି କରିଛନ୍ତି ମୋହିତ ତାହା ସବୁବେଳେ ପାଇଁ ରହିବ । ତେବେ କଣ ଆପଣ ଜାଣନ୍ତି କି, ଯେଉଁ ଦିନ ତାଙ୍କୁ ଏହି ଭୂମିକାରେ ଅଭିନୟ କରିବାର ଥିଲା ସେହି ଦିନ ହିଁ ତାଙ୍କ ପିତାଙ୍କର ମୃତ୍ୟୁ ହୋଇଥିଲା । ସେଥିପାଇଁ ମୋହିତ ଏହି ଭୂମିକା ଏବଂ ଏହି ଶୋକୁ ତାଙ୍କ ପିତାଙ୍କ ଉପହାର ଭାବରେ ବିବେଚନା କରନ୍ତି ।
ଏକ ସାକ୍ଷାତକାରରେ ମୋହିତ କହିଥିଲେ ଯେ, ‘ମୋ ବାପା ଭଗବାନ ଶିବଙ୍କର ଜଣେ ବଡ଼ ଭକ୍ତ ଥିଲେ। ତେଣୁ ମୁଁ ଭାବୁଛି ଏହି ଭୂମିକା ମୋ ପାଇଁ ମୋ ପିତାଙ୍କର ଏକ ଉପହାର ଥିଲା । କାରଣ ଯେଉଁ ଦିନ ମୁଁ ଏହି ଭୂମିକା ପାଇଁ ମନୋନୀତ ହୋଇଥିଲି ସେହିଦିନ ହିଁ ମୁଁ ମୋ ବାପାଙ୍କୁ ହରାଇଲି । ତେଣୁ ମୁଁ ଭାବୁଛି ଯେ ଏହା ମୋ ପାଇଁ ମୋ ବାପାଙ୍କର ଏକ ଉପହାର । ଯାହାର ସମକକ୍ଷ କୌଣସି ବି ଉପହାର ହୋଇପାରିବ ନାହିଁ । ମୁଁ ଏହି ଶୋ ପାଇଁ ମୋର ବେଷ୍ଟ ଦେବାକୁ ଚାହୁଁଥିଲି ।
କହିରଖୁଛୁ ଯେ, ମୋହିତ ୨୦୦୫ ରେ ମେହେର ନାମକ ଏକ ଶୋ ସହିତ କାମ ଆରମ୍ଭ କରିଥିଲେ । ଏହା ପରେ ତାଙ୍କୁ ଶୋ ‘ଭାବି’ ରେ ଦେଖିବାକୁ ମିଳିଥିଲା । ଏହାପରେ ଚେହେରା, ବନ୍ଦିନୀ, ଗଙ୍ଗା କି ଦିଜ ଭଳି ଶୋରେ କାମ କରିବା ପରେ ୨୦୧୧ରେ ଦେବୋ କା ଦେବ- ମହାଦେବରେ ମହାଦେବ ଭୂମିକାରେ ଅଭିନୟ କରିଥିଲେ । ମୋହିତଙ୍କ କ୍ୟାରିୟରରେ ଏହି ଶୋ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା । ଏହି ଶୋ ପରେ ସେ ଛୋଟ ପରଦାରେ ବଡ଼ ନାଁ କରିପାରିଥିଲେ । ଏହା ପରେ ମୋହିତ ମହାଭାରତ, ଅଶୋକା ସମ୍ରାଟ ଏବଂ ୨୧ ସରଫରୋଶ-ସରାଗ୍ରାହି ୧୮୯୭ ରେ ନଜର ଆସିଥିଲେ। ଏହା ପରେ ମୋହିତ ୱେବ୍ ସୋ ଏବଂ ବଡ଼ ପରଦାରେ ପାଦ ରଖିଥିଲେ।
Comments are closed.