Latest Odisha News

BREAKING NEWS

ନିର୍ବାଚନ ଲଢ଼ିବେ କି ମୋକିମଙ୍କ ଝିଅ !

କଟକ: ଚଳିତ ନିର୍ବାଚନ ଲଢ଼ିବେ କି ମୋକିମଙ୍କ ଝିଅ ! କଟକ ବାରବାଟୀ ରୁ କଂଗ୍ରେସ ପ୍ରାର୍ଥୀ ହୋଇପାରନ୍ତି ମୋକିମଙ୍କ ଝିଅ ।  ବର୍ତମାନ କଟକ ବାରବାଟୀରୁ କଂଗ୍ରେସ ବିଧାୟକ ଅଛନ୍ତି ମହମ୍ମଦ ମୋକିମ । କିନ୍ତୁ ଏବେ  ମହମ୍ମଦ ମୋକିମଙ୍କ ସ୍ଥାନରେ ଝିଅ ସୋଫିଆ ଫିର୍ଦ୍ଦୋସ ଲଢିପାରନ୍ତି ନିର୍ବାଚନ । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ମୋକିମଙ୍କ ସମ୍ଭାବନା ଶେଷ ହେବା ପରେ ତାଙ୍କ ଝିଅକୁ ନେଇ ଏବେ ଚାଲିଛି ଆଲୋଚନା ।  ମୋକିମଙ୍କ ଘରେ ସମର୍ଥକଙ୍କୁ ନେଇ ଚାଲିଛି ଗୁରୁତ୍ୱପୂର୍ଣ୍ଣ ବୈଠକ ।

ନିକଟରେ ମହମ୍ମଦ ମୋକିମଙ୍କୁ ଜାମିନ ଦେଇଛନ୍ତି ସୁପ୍ରିମକୋର୍ଟ । ORHDS ଦୁର୍ନୀତି ମାମଲାରେ  ମୋକିମଙ୍କୁ ୩ବର୍ଷ ଦଣ୍ଡାଦେଶ କରିଥିଲେ ଭିଜିଲାନ୍ସ କୋର୍ଟ । ଭିଜିଲାନ୍ସ ଦଣ୍ଡାଦେଶ ଉପରେ ହାଇକୋର୍ଟ ଯେଉଁ ରାୟ ଦେଇଥିଲେ ତାହାକୁ ସୁପ୍ରିମକୋର୍ଟ କାଏମ ରଖିଛନ୍ତି । କିନ୍ତୁ ଏହା ଭିତରେ ତାଙ୍କୁ ଗିରଫ କରିବାକୁ ହେବାର ଯେଉଁ ଭୟ ଥିଲା ତାହା ଏବେ ଜାମିନ୍ ମଂଜୁର ପରେ ଦୂର ହୋଇଛି । ତେବେ ଜାମିନ ପରେ ବି ନିୟମ ଅନୁସାରେ ନିର୍ବାଚନ ଲଢିପାରିବେ ନାହିଁ ମୋକିମ୍ । ତେଣୁ ମୋକିମଙ୍କ ସ୍ଥାନରେ ତାଙ୍କ ଝିଅ ଲଢିପାରନ୍ତି ଚଳିତ ନିର୍ବାଚନ । ଯାହାକୁ ନେଇ କଂଗ୍ରେସ  ମହଲରେ ଚାଲିଛି ଚର୍ଚ୍ଚା ।

Leave A Reply

Your email address will not be published.