Latest Odisha News

BREAKING NEWS

ଓଃ କି ଗରମ: ଦିନ ସାଢେ ୧୧ ଟା ସୁଦ୍ଧା ୪୧ ଡିଗ୍ରୀ ପାର୍

ଭୁବନେଶ୍ଵର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଗରମ ସାଙ୍ଗକୁ ଗୁଳୁଗୁଳି ରେ ଆଉଟୁ ପାଉଟୁ ହେଉଛି ସାରା ରାଜ୍ୟ । ଆଜି ବି ଜାରି ରହିଛି ତାତି । ଆଜି ଦିନ ସାଢେ ୧୧ଟା ସୁଦ୍ଧା ଅସହ୍ୟ ହେଲାଣି ଖରାର ପ୍ରକୋପ । ଆଜି ଦିନ ସାଢେ ୧୧ଟା ସୁଦ୍ଧା ବାଲେଶ୍ଵର ସବୁଠାରୁ ଉତ୍ତପ୍ତ ସହର ପାଲଟିଥିବା ବେଳେ ତା’ ପଛରେ ରହିଛି ରାଜଧାନୀ ଭୁବନେଶ୍ଵର ।

ଦିନ ୧୧.୩୦ ସୁଦ୍ଧା ବାଲେଶ୍ଵରର ତାପମାତ୍ରା ୪୧.୨°C ରେକର୍ଡ ହୋଇଥିବା ବେଳେ ଭୁବନେଶ୍ୱରର ତାପମାତ୍ରା ୪୧°C ରେକର୍ଡ କରାଯାଇଛି । ସେହିପରି ଚାନ୍ଦବାଲିରେ ୪୦°C, ଝାରସୁଗୁଡାରେ ୩୯.୨°C, କେନ୍ଦୁଝର ଓ ରାଉରକେଲାରେ ୩୭.୬°C, ସମ୍ବଲପୁରରେ ୩୬.୭°C, ହୀରାକୁଦରେ ୩୬°C, ପୁରୀରେ ୩୫.୨°C, ଗୋପାଳପୁରରେ ୩୫.୨°C ଏବଂ ପାରାଦ୍ୱୀପରେ ୩୪.୬°C ତାପମାତ୍ରା ରେକର୍ଡ କରାଯାଇଛି ।

ତେବେ ଆଗାମୀ ୫ ଦିନ ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ଦିନ ତାପମାତ୍ରାରେ ୪ରୁ ୬ ଡ଼ିଗ୍ରୀ ଯାଏଁ ବୃଦ୍ଧି ସମ୍ଭାବନା ରହିଛି । ମେ ୧ ତାରିଖ ବେଳକୁ ୪୮ ଡିଗ୍ରୀ ଛୁଇଁବ ତାପମାତ୍ରା। ଏଥିସହ ଗ୍ରୀଷ୍ମପ୍ରବାହର ପ୍ରକୋପ ଜାରି ରହିବାର ସମ୍ଭାବନା ରହିଛି। ଆଗାମୀ ଶୁକ୍ରବାର ଓ ଶନିବାର ସ୍ଥିତି ଆହୁରି ଭୟଙ୍କର ହେବ। ସାରା ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଭୟଙ୍କର ଗୁଳୁଗୁଳି ହେବାର ସମ୍ଭାବନା ରହିଛି। ଯେଥିପାଇଁ ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର।

Leave A Reply

Your email address will not be published.