ନୂଆଦିଲ୍ଲୀ: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ ଜୟନ୍ତ୍ରୀ ଅବସରରେ ୟୁରୋପର ଏକ କ୍ଷଦ୍ରତମ ଦେଶ ମୋନାକୋରେ ଡ଼ାକ ଟିକଟ ଅକ୍ଟୋବର ୨ ତାରିଖରେ ଉନ୍ମୋଚିତ ହେବାକୁ ଯାଉଛି ।
ଗଣମାଧ୍ୟମର ସୂଚନାନୁଯାୟୀ, ଅକ୍ଟୋବର ୨ ତାରିଖରୁ ୪୦,୦୦୦ ଷ୍ଟାମ୍ପ ୨.୧୦ ୟୁରୋରେ ବିକ୍ରି ହେବ ବୋଲି ସୂଚନା ମିଳିଛି । ୟୁରୋପୀୟ ଦେଶ ଫ୍ରେଞ୍ଚ ରିଭିଏରା ମୋନାକୋର ସମସ୍ତ ପୋଷ୍ଟ ଅଫିସରେ ଏହି ଷ୍ଟାମ୍ପ ଉପଲବଧ ହେବ ।
ଚଳିତ ବର୍ଷ ଭାରତରେ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳିତ ହେଉଛି ।
ଏଠାରେ ଉଲ୍ଲେଖଯୋଗ୍ୟ, ଅଗଷ୍ଟ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆବୁଧାବିଠାରେ ମହାତ୍ମା ଗାନ୍ଧୀଙ୍କର ଏକ ପୋଷ୍ଟାଲ୍ ଷ୍ଟାମ୍ପକୁ ଉନ୍ମୋଚିତ କରିଥିଲେ । ଏହି ଅବସରରେ ସାଉଦି ଆରବର ରାଜକୁମାର ଶେଖ ମହମ୍ମଦ ବିନ ଜାୟେଦ ଆଲ୍ ନାହୟନ ଉପସ୍ଥିତ ରହିଥିଲେ ।
Comments are closed.