Latest Odisha News

BREAKING NEWS

ଦୁଇମାସରେ ସର୍ବାଧିକ କମିଲା ସୁନାଦର; ଜାଣନ୍ତୁ କେତେ ରହିଛି ଆଜିର ବଜାର ମୂଲ୍ୟ

ନୂଆଦିଲ୍ଲୀ: ଲଗାଦାର ସୁନାଦର ବଢ଼ି ଆକାଶଛୁଆଁ ହେବାପରେ ଧୀରେଧୀରେ ଏହାର ଚାହିଦା କମିଥିବା ପାରିଲିଖିତ ହୋଇଛି । ଯେଉଁକାରଣରୁ ବର୍ତ୍ତମାନ ସୁନାଦର କ୍ରମାଗତ ଭାବେ କମିବାରେ ଲାଗିଛି ।

ଆଗକୁ ଦଶହରା ପରି ଏକ ବଡ଼ ପର୍ବ ଆସୁଥିବା ବେଳେ ଅନ୍ତର୍ଜାତୀୟ ବଜାରରେ ସୁନା ଦର କମିବା ଖବର ଗ୍ରାହକମାଦଙ୍କୁ କିଛି ମାତ୍ରାରେ ଆନନ୍ଦିତ କରିଛି ନିଶ୍ଚୟ।

ମିଳିଥିବା ସୂଚନା ଅନୁସାରେ, ବିଗତ ଦୁଇ ଦିନ ମଧ୍ୟରେ ସୁନା ଦର ୧୦ ଗ୍ରାମ ପିଛା ୯୦୦ ଟଙ୍କା ହ୍ରାସ ଘଟି ୩୬,୮୧୧ ଟଙ୍କାରେ ପହଞ୍ଚିଛି । ଗତ ୨ ମାସ ତଳେ ସୁନା ଦର ୩୯,୮୮୫ ଟଙ୍କା ରହିଥିବା ବେଳେ କ୍ରମାଗତ ଭାବେ ଏହା ହ୍ରାସ ଘଟି ୩୬,୮୧୧ ଟଙ୍କାରେ ପହଞ୍ଚିଛି ।

କେବଳ ସୁନା ନୁହେଁ ରୌପ୍ୟ ଦର ମଧ୍ୟ କ୍ରମାଗତ ଭାବେ ହ୍ରାସ ପାଇ କିଲୋ ପିଛା ୪୪,୦୫୬ ଟଙ୍କାରେ ପହଞ୍ଚିଛି।

Leave A Reply

Your email address will not be published.