Latest Odisha News

ସୁଭଦ୍ରା ଫର୍ମ ବିତରଣ ଓ ପଞ୍ଜୀକରଣ ପାଇଁ ଅର୍ଥ ଦାବି କଲେ ଦୃଢ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ସୁଭଦ୍ରା ଫର୍ମ ପଞ୍ଜୀକରଣ ପାଇଁ ଅର୍ଥ ଦାବି କଲେ କାର୍ଯ୍ୟାନୁଷ୍ଠାନ । ଆବେଦନ ଫର୍ମ ବିତରଣ ଓ ଅନଲାଇନ୍‌ ପଞ୍ଜୀକରଣ ପାଇଁ ଦେୟ ସମ୍ପୁର୍ଣ୍ଣ ଭାବରେ ମନା । ଟଙ୍କା ଦାବି ନେଇ ଆସିଥିବା ଅଭିଯୋଗ ସତ୍ୟ ହେଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ । ପ୍ରତି ଫର୍ମ ଅପଲୋଡ୍‌ ପାଇଁ ରାଜ୍ୟ ସରକାର ୧୫ ଟଙ୍କା ଦେଉଛନ୍ତି । ତେଣୁ ଅର୍ଥ ଦାବି କଲେ କାରଣ ଦର୍ଶାଇ ଥାନାରେ ଅଭିଯୋଗ ପାଇଁ ପରାମର୍ଶ ଦେଇଛି ରାଜ୍ୟ ମହିଳା ଶିଶୁ ବିକାଶ ବିଭାଗ ।

ରାଜ୍ୟ ମହିଳା ଶିଶୁ ବିକାଶ ବିଭାଗର ତଥ୍ୟ ଅନୁଯାୟୀ, ଆଜି ସୁଦ୍ଧା ସମଗ୍ର ଓଡ଼ିଶାରେ ପନ୍ଦର ଲକ୍ଷରୁ ଅଧିକ ଫର୍ମ ପଞ୍ଜିକରଣ ହୋଇଛି । ଏହି ଯୋଜନା ଅନ୍ତର୍ଗତ ଆବେଦନ ଫର୍ମ ବିତରଣ ଓ ଅନଲାଇନ ପଞ୍ଜୀକରଣ କରିବା ପାଇଁ କୌଣସି ଦେୟ ଦେବାକୁ ପଡିବ ନାହିଁ । କିନ୍ତୁ କେତେକ ସ୍ଥାନରେ ଅଙ୍ଗନବାଡି କର୍ମୀ, ଜନସେବା କେନ୍ଦ୍ର ଓ ମୋ ସେବା କେନ୍ଦ୍ରରେ ଉଭୟ ଫର୍ମ ପାଇଁ ଓ ଅନଲାଇନରେ ଫର୍ମ ଅପଲୋଡ କରିବା ପାଇଁ ୫୦ ରୁ ୨୦୦ ଟଙ୍କା ଅର୍ଥ ଦାବି କରୁଥିବା ସୂଚନା ମିଳୁଛି | ଯେକୌଣସି ସ୍ଥାନରେ ସୁଭଦ୍ରା ଫର୍ମ ପାଇଁ ଅର୍ଥ ଦାବି କରାଯାଉଥିଲେ, ସେଥି ନିମନ୍ତେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛି ରାଜ୍ୟ ମହିଳା ଶିଶୁ ବିକାଶ ବିଭାଗ ।

Comments are closed.