Latest Odisha News

BREAKING NEWS

ସ୍ପଷ୍ଟ ଦିବାଲୋକରେ ଯୁବକଙ୍କଠାରୁ ଟଙ୍କା ଲୁଟି ନେଲେ ଦୁର୍ବୁତ୍ତ

ବାରିପଦା: ବାରିପଦା ସହରରେ ପୁନଃ ସକ୍ରିୟ ହୋଇ ଉଠିଛନ୍ତି ଲୁଟେରା। ସହର ଭିତରୁ ଲୁଟି ନେଇଛନ୍ତି ନଗଦ ଟଙ୍କା। ଦିନ ଦ୍ବିପ୍ରହରରେ ସହର ଭିଡ ଭିତରୁ ଲୁଟିନେଲେ ନଗଦ ୭୦ ହଜାର ଟଙ୍କା। ଘଟଣା ଅନୁସାରେ ସୋମବାର ଦିନ ପ୍ରାୟ ୧.୩୦ ଟା ସମୟରେ ଜୟନ୍ତ ନିଜ ଘର କାମ ପାଇଁ ଷ୍ଟେସନ ବଜାର ସ୍ଥିତ ଓଡିଶା ଗ୍ରାମ୍ୟ ବ୍ୟାଙ୍କରୁ ୮୦ ହଜାର ଟଙ୍କା ଉଠାଇ ନିଜ ସ୍କୁଟିରେ ଘରକୁ ଫେରୁଥିଲେ ।

ତେବେ ଭଞ୍ଜପୁର ସ୍ଥିତ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ବ୍ରାଞ୍ଚ ନିକଟରେ ନିଜର ଧାର ଟଙ୍କା ପୈଠ କରିବାକୁ ଅଟକିଥିଲେ । ଏହି ସମୟରେ ୨ ଜଣ ଅଜଣା ଦୁର୍ବୃତ୍ତ ଏକ ହିରୋହୋଣ୍ଡା ମୋଟର ସାଇକଲ ଯୋଗେ ଆସି ସେହି ଟଙ୍କାକୁ ଝାମ୍ପି ନେଇ ଖସି ପଳାଇଥିବା ଅଭିଯୋଗ ହୋଇଛି। ତେବେ ସ୍ଥାନୀୟ ଏକ ଦୋକାନର ସିସିଟିଭି ଫୁଟେଜରୁ ଲୁଟେରା ମାନଙ୍କ ସମ୍ପର୍କରେ ଜୟନ୍ତ ସୂଚନା ପାଇଥିଲେ। ଯାହାକୁ ଆଧାର କରି ଜୟନ୍ତ ବାରିପଦା ଟାଉନ ଥାନା ଯାଇ ଲିଖିତ ଅଭିଯୋଗ କରିଛନ୍ତି।

ଘଟଣା ସମ୍ପର୍କରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି । ତେବେ ସ୍ପଷ୍ଟ ଦିବାଲୋକରେ ଜନଗହଳି ପୂର୍ଣ୍ଣ ଅଞ୍ଚଳରୁ ଟଙ୍କା ବ୍ୟାଗ ଝାମ୍ପି ନେବା ଭଳି ଘଟଣା ସହରବାସୀଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Leave A Reply

Your email address will not be published.