Latest Odisha News

BREAKING NEWS

‘ଓଡ଼ିଶାକୁ ଫାଇନାନ୍ସିଆଲ ସର୍ଭିସ ମାର୍କେଟରେ ତା’ର ସ୍ଥାନ ମିଳୁ’

ଭୁବନେଶ୍ବର: ମନି ମ୍ୟାଟର୍ସର ଦ୍ବିତୀୟ ସଂସ୍କରଣ କନକ୍ଲେଭ୍ ଆୟୋଜିତ ହୋଇଛି । ଓଡ଼ିଶାର ଜିଡିପି ହାର ରାଷ୍ଟ୍ରୀୟ ଜିଡିପି ହାରଠୁ ଅଧିକା ଆଉ ବିଭିନ୍ନ କ୍ଷେତ୍ରରେ ଓଡ଼ିଶା ଅଗ୍ରଣୀ ରହିଛି । ଏହା ହିଁ ହେଉଛି ଏଭଳି କନକ୍ଳେଭ କରିବାର ଉପଯୁକ୍ତ ସମୟ ବୋଲି ଡିଜିଟାଲ ପ୍ଲାଟଫର୍ମ ନିଉଜରୁମ ପକ୍ଷରୁ ଆୟୋଜିତ ମନି ମ୍ୟାଟରସ ଦ୍ବିତୀୟ ସଂସ୍କରଣରେ ଭାଗନେଇଥିବା ବିଶେଷଜ୍ଞମାନେ ଏଭଳି ମତ ପ୍ରକାଶ କରିଛନ୍ତି ।

ଉପସ୍ଥିତ ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ କହିଥିଲେ ଯେ, ଆର୍ଥିକ ଉନ୍ନତି କ୍ଷେତ୍ରରେ ଏପରି କନକ୍ଳେଭ ବହୁତ ଆବଶ୍ୟକତା ରହିଛି । ଆମ ଯୁବପିଢ଼ି ରୋଜଗାର ପାଇଁ ଆଜି ସମୟର ଆବଶ୍ୟକତାକୁ ଅନଭୁବ କରିବା ଆବଶ୍ୟକ । ଆହୁରି ମନ୍ତ୍ରୀ ହରିଚନ୍ଦନ କହିଥିଲେ ଯେ, ଓଡ଼ିଶା ଆଗାମୀ ଦିନରେ ଆର୍ଥିକ ଅଗ୍ରଗତି କ୍ଷେତ୍ରରେ ଆଗେଇବ । ଏଥିପାଇଁ ସରକାର ନୂଆ ଯୋଜନା କରୁଛନ୍ତି । ଲୋକଙ୍କ ଆୟ ବଢ଼ିବା ପାଇଁ ସରକାର ଭିନ୍ନ ଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ଗାଁର ଉନ୍ନତି ହେଲେ ଓଡ଼ିଶାର ଇକୋନୋମି ବଢ଼ିବ । ଶିଳ୍ପାୟନ ରାତି ଅଧିଆ ଆସିବ ନାହିଁ । ସେଥିପାଇଁ ଆମକୁ କାମ କରିବାକୁ ପଡ଼ିବ ।

ଏଥିରେ ପେସ୍ ର କଣ୍ଟ୍ରିହେଡ ପ୍ରିୟଦର୍ଶୀ ବଳ ଯୋଗଦେଇ ସେୟାର ମାର୍କେଟରେ ଇନଭେଷ୍ଟମେଂଟ କରି ଏହାର ସୁଯୋଗ ନେବାପାଇଁ ଆହ୍ବାନ ଦେଇଥିଲେ । ସେ ଆହୁରି କହିଥିଲେ ଓଡ଼ିଆ ବି ଧନୀ ହୋଇପାରିବ । ଭୁବନେଶ୍ବର ସର୍ଭିସ ସେଣ୍ଟର ହୋଇପାରିବ । ଏଠି ହାଇଦ୍ରାବାଦ,ବାଙ୍ଗାଲୋରଠୁ ବେଶୀ ସମ୍ଭାବନା ରହିଛି ।

ଉପସ୍ଥିତ ବିଶେଷଜ୍ଞମାନେ ଆହୁରି କହିଛନ୍ତି ଯେ, ଓଡ଼ିଶାର ହାତଗଣତି କମ୍ପାନିମାନେ ସେୟାର ମାର୍କେଟରେ ପଂଜୀକୃତ ହୋଇଛନ୍ତି । ଅର୍ଥାତ ଓଡ଼ିଶା କମ୍ପାନିମାନଙ୍କର ରାଜ୍ୟବାହାରେ ଏକ ପରିଚୟ ତିଆରି ହୋଇପାରିନାହିଁ । ଷ୍ଟକ୍ ମାର୍କେଟର କୌଶଳକୁ ଜାଣିବା ଏବଂ ବିଶେଷଜ୍ଞମାନଙ୍କ ପରାମର୍ଶ ନେଇ କାମ କଲେ ଲାଭବାନ ହେବାର ସମ୍ଭାବନା ରହିଛି ।

ନିଉଜରୁମ ମୁଖ୍ୟ ସଂପାଦକ ମନୋରଂଜନ ମିଶ୍ର ମନ୍ତ୍ରୀ ପୃଥୀରାଜ ହରିଚନ୍ଦନଙ୍କୁ ପ୍ରଶ୍ନ କରିଥିଲେ ଯେ ନବୀନ ପଟ୍ଟନାୟକଙ୍କ ସରକାର ଏବଂ ନୂଆ ସରକାର ଭିତରେ କଣ ଫରକ ରହିଛି ? ତାହା ଉପରେ ମନ୍ତ୍ରୀ କହିଥିଲେ ଯେ ପୂର୍ବ ସରକାରରେ କିଛି ଅଧିକାରୀଙ୍କ ହାତରେ କ୍ଷମତା ଥିଲା । ସରକାର ଲୋକଙ୍କ ପାଖରେ ପହଁଚିପାରୁନଥିଲା । ପୂର୍ବ ସରକାର ସମୟରେ ସ୍ବଚ୍ଛତା ନଥିଲା । ସରକାରଙ୍କ ପାଖରେ ଅଭିଯୋଗ ପହଁଚୁନଥିଲା । କାମରେ ଟ୍ରାନସଫରେନସ ରହୁନଥିଲା ଏବେ ସରକାର ଲୋକଙ୍କ ସହ ମିଶୁଛନ୍ତି କାର୍ଯ୍ୟ କରୁଛନ୍ତି । ଅଭିଯୋଗ ଶୁଣୁଛନ୍ତି । ଚିଟଫଣ୍ଡ ଟଙ୍କା କେବେ ମିଳିବ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଥିଲେ, ଚିଟ ଫଣ୍ଡ କଂପାନିମାନଙ୍କ ଉପରେ ଦଣ୍ଡବିଧାନ କରାଯିବ । ସେମାନଙ୍କଠାରୁ ଟଙ୍କା ଆଦାୟ କରାଯିବ । ଦଶ ହଜାର ଭିତରେ ଇନଭେଷ୍ଟ କରିଥିବା ଲୋକଙ୍କୁ ଟଙ୍କା ନିଶ୍ଚିତ ମିଳିବ ।

ବିଧାୟିକା ସୋଫିଆ ଫିରଦୋସ କନକ୍ଲେଭରେ ସାମିଲ ହୋଇ କହିଥିଲେ ସେ ଛୋଟବେଳୁ କଟକରେ ସେ ବଢ଼ିଛନ୍ତି । କଟକରେ ଅନେକ କିଛି କରିବାର ରହିଛି । କିଛି ବର୍ଷ ଭିତରେ କଟକରେ ଅନେକ କାମ ଆରମ୍ଭ ହୋଇଛି କିନ୍ତୁ ସରି ନାହିଁ । କଟକରେ ବହୁତ ସଂଭାବନା ରହିଛି । ଲୋକାଲ ଲୋକଙ୍କୁ ରୋଜଗାର ଦେବାକୁ ପଡ଼ିବ । । ସରକାର ଲୋକଙ୍କ ମୈାଳିକ ଆବଶ୍ୟକତା ପୂରଣ କରିବାର ରହିଛି । ଶିକ୍ଷା, ସ୍ବାସ୍ଥ୍ୟ ଉପରେ କିଛି କରିବାର ରହିଛି ।

କଟକ ମେୟର ସୁବାସ ସିଂହ କହିଥିଲେ, କଟକ ସହର ହଜାର ବର୍ଷର ସହର । କିଛି ବର୍ଷ ମଧ୍ୟରେ ସହରରେ ଅନେକ ବିକାଶ କାମ ହୋଇଛି । କଟକ ବର୍ଷ ବର୍ଷ ଧରି ଓଡ଼ିଶାର ବଡ଼ ମାର୍କେଟ ରହିଛି । ଏଠି ଅନେକ ସୁଯୋଗ ରହିଛି । କଟକ ସହରରେ ଆଉ ଅନେକ କିଛି କାମ କରିବାକୁ ବାକି ଅଛି ।

କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ଶିଳ୍ପପତି , ନିବେଶକ, ସିନର୍ଜୀ ଗ୍ରୁପର ଚେୟାରମ୍ୟାନ ବିନୋଦ ଦାଶ, ଭାରତ ମସଲାର ଏମଡି ସୁଶାନ୍ତ ପଣ୍ଡା, ଏବଂ ପୂର୍ବତନ ଆଇଆରଏସ ସମ୍ବିତ ତ୍ରିପାଠୀ ଉପସ୍ଥିତ ରହି ନିଜର ମତବ୍ୟକ୍ତ କରିଥିଲେ ।

 

Leave A Reply

Your email address will not be published.