Latest Odisha News

BREAKING NEWS

ହ୍ୱାଟସଆପ୍ କଲ କଲେ ଦେବାକୁ ପଡିବ ପଇସା, ଆପଣଙ୍କ ମତାମତକୁ ସରକାରଙ୍କ ଅପେକ୍ଷା

ନୂଆଦିଲ୍ଲୀ: ଏବେ ଆମେ ଇଣ୍ଟରନେଟକୁ ବହୁଳ ଭାବରେ ବ୍ୟବହାର କରୁଛେ। ତେଣୁ ଫୋନରେ ଯଦି ରିଚାର୍ଜ ପ୍ୟାକ ସରି ଯାଇଛି ତାହେଲେ ଇଣ୍ଟରନେଟ ଜରିଆରେ ହ୍ୱାଟସଆପ, ଫେସବୁକ କିମ୍ବା ଅନ୍ୟ ଆପ୍ ଜରିଆରେ ଆମେ ଫୋନ୍ କଲ କରି ଦେଉଛୁ । ତା ପୁଣି ମାଗଣା। ଏବେ ଆଗାମୀ ଦିନରେ ଏହି ସେବା ଆଉ ମାଗଣା ନରହିପାରେ। କାରଣ ଏପରି ହେବା ଦ୍ୱାରା ଟେଲିକମ୍ କମ୍ପାନୀ କହୁଛନ୍ତି ଯେ ତାଙ୍କର କ୍ଷତି ହେଉଛି।

ମିିଳିଥିବା ସୂଚନା ଅନୁଯାୟୀ ଏବେ କେନ୍ଦ୍ର ସରକାର ଏହାକୁ ନେଇ ଏକ ବିଲ୍ ଆଣିବାକୁ ଯାଉଛନ୍ତି। ଦେଶରେ ଏପରି ଏକ ବ୍ୟବସ୍ଥା ଲାଗୁ ହେବାକୁ ଯାଉଛି, ଯେଉଁଥିରେ ହ୍ୱଟସଆପ୍ କଲ କରିବା ପାଇଁ ଆପଣଙ୍କୁ ଟଙ୍କା ଦେବାକୁ ପଡିବ। ଏହାକୁ ନେଇ ଲୋକଙ୍କ ମତାମତ ପାଇବା ପାଇଁ ମୋଦୀ ସରକାର ଟେଲିକମ୍ ବିଲ୍ ର ଡ୍ରାଫ୍ଟ ପ୍ରକାଶ କରିଛନ୍ତି। ହ୍ୱାଟସଆପ, ଫେସବୁକ୍ ମାଧ୍ୟମରେ କଲ କିମ୍ବା ବାର୍ତ୍ତା ପଠାଇବାର ସୁବିଧା ଟେଲିକମ୍ ସେବା ଭାବରେ ବିବେଚନା କରାଯିବ ବୋଲି ବିଲରେ ଉଲ୍ଲେଖ ରହିଛି। ଏଥିପାଇଁ ଏହି କମ୍ପାନୀଗୁଡ଼ିକୁ ଲାଇସେନ୍ସ ନେବାକୁ ପଡ଼ିବ।

ଦେଶର ଟେଲିକମ୍ କମ୍ପାନୀଗୁଡିକ ଅଭିଯୋଗ କରିଆସୁଛନ୍ତି ଯେ ହ୍ୱାଟସଆପ, ଫେସବୁକ୍ ଭଳି ପ୍ଲାଟଫର୍ମ ଗ୍ରାହକଙ୍କୁ ମେସେଜ କିମ୍ବା କଲ ସେବା ଯୋଗାଇଥାଏ, ଯାହା ସେମାନଙ୍କୁ କ୍ଷତି ପହଞ୍ଚାଇଥାଏ। ଏହି ଟେଲିକମ୍ କମ୍ପାନୀଗୁଡିକ କହୁଛନ୍ତି ଯେ ସେମାନଙ୍କର ସେବା ଟେଲିକମ୍ ସେବା ଅଧୀନରେ ଆସେ। ଏହି ପ୍ରସଙ୍ଗରେ ଲୋକଙ୍କ ମତାମତ ଜାଣିବା ପାଇଁ ଡ୍ରାଫ୍ଟ ବିଲ୍ ସାର୍ବଜନୀନ କରାଯାଇଛି। ଅକ୍ଟୋବର 20 ସୁଦ୍ଧା, ଲୋକମାନେ ଏହି ବିଲର ବ୍ୟବସ୍ଥା ବିଷୟରେ ନିଜର ମତାମତ ଦେଇପାରିବେ। ଲୋକଙ୍କ ମତାମତ ପାଇବା ପରେ ସଂସଦରେ ଏହି ବିଲ୍ ଆଗତ ହେବ। ସାଇବର ଠକେଇକୁ ରୋକିବା ପାଇଁ ବିଲରେ ବ୍ୟବସ୍ଥା ମଧ୍ୟ କରାଯାଇଛି।

ଟେଲିକମ୍ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ସାଇବର ଠକେଇକୁ ରୋକିବା ପାଇଁ ପ୍ରସ୍ତାବିତ ବିଲରେ ଏଭଳି ଅପରାଧର ଦଣ୍ଡ ବୃଦ୍ଧି ପାଇଁ ବ୍ୟବସ୍ଥା କରାଯାଇଛି। ଦେଶର ଜମତାରା, ଅଲୱାର ଭଳି ଏଭଳି ସାଇବର ଠକେଇ ଗ୍ୟାଙ୍ଗ୍ ରହିଛି। ପ୍ରସ୍ତାବିତ ବିଲରେ ଅନ୍ୟ ଏକ ବ୍ୟବସ୍ଥା କରାଯାଇଛି ଯେ କଲ୍ କରୁଥିବା ବ୍ୟକ୍ତି କଲ୍ ରିସିଭ୍ କରୁଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିବାରେ ସକ୍ଷମ ହେବେ। ଏଥିପାଇଁ କୌଣସି ଆପ ଡାଉନଲୋଡ୍ କରିବାର ଆବଶ୍ୟକତା ନାହିଁ।

Leave A Reply

Your email address will not be published.