Latest Odisha News

BREAKING NEWS

ଜୀବନର ଶେଷ ମ୍ୟାଚରେ ରୋଜର ଫେଡରରଙ୍କ ଆଖିରେ ଲୁହ

ରାଫେଲ ନାଦାଲଙ୍କ ସହ ମିଶି ଡବଲ୍ସ ମ୍ୟାଚ୍ ଖେଳୁଥିଲେ

ଲଣ୍ଡନ: ବିଶ୍ବର ପ୍ରସିଦ୍ଧ ଟେନିସ୍ ଖେଳାଳି ରୋଜର ଫେଡେରର ଲେଭର କପରେ କ୍ୟାରିୟରର ଶେଷ ଟୁର୍ନାମେଣ୍ଟ ହାରିଯାଇଛନ୍ତି ।  ଟେନିସରୁ ସନ୍ୟାସ ନେବାକୁ ଘୋଷଣା କରିଥିବା ଫେଡରର ଏହି ଅନ୍ତିମ ଟୁର୍ନାମେଣ୍ଟରେ ନିଜର ସବୁଠୁ ବଡ଼ ପ୍ରତିଦ୍ବନ୍ଦ୍ବୀ ରାଫେଲ ନାଦାଲଙ୍କ ସହ ମିଶି ଡବଲ୍ସ ମ୍ୟାଚ୍ ଖେଳୁଥିଲେ। ଆମେରିକାର ଫ୍ରାନ୍ସିସ୍ ଟିଆଫୋ ଏବଂ ଜ୍ୟାକ୍ ସକ୍ ଙ୍କ ବିପକ୍ଷରେ ଏହି ମ୍ୟାଚରେ ଫେଡେରର ଏବଂ ନାଦାଲ 4-6, 7-6 (2), 11-9 ରେ ହାରିଯାଇଛନ୍ତି ।

ବିଦାୟୀ ମ୍ୟାଚ ରେ ରୋଜର ଫେଡେରଙ୍କୁ ଅଧିକ ଭାବପ୍ରବଣ ହୋଇଥିବା ଦେଖିବାକୁ ମିଳିଥିଲା। ନିଜ ସମର୍ଥକଙ୍କ ଆଗରେ ସନ୍ୟାସ ନେବା କହିବା ବେଳେ ତାଙ୍କ ଆଖିରେ ଲୁହ ଦେଖିବାକୁ ମିଳିଥିଲା ।  ଟେନିସ୍ କୋର୍ଟ ମଝିରେ ଠିଆ ହୋଇ ସେ ଦୁଇ ହାତ ହଲାଇ ଲୋକଙ୍କୁ ଅଭିବାଦନ ଜଣାଇଥିଲେ।  ଏହି ସମୟରେ ହଜାର ହଜାର ସମର୍ଥକ କରତାଳି ଦେଇଥିଲେ ।  ଫେଡେରରଙ୍କ ଲୁହ ଦେଖି ରାଫେଲ ନାଦାଲ ମଧ୍ୟ ଭାବପ୍ରବଣ ହୋଇ ଆଖିରୁ ଲୁହ ଝରାଇଥିଲେ ।

ଅନ୍ୟପକ୍ଷରେ ନାଦଲ କହିଥିଲେ ଯେ ସେ ତାଙ୍କ ସ୍ୱିସ୍ ପ୍ରତିଦ୍ୱନ୍ଦ୍ୱୀ ସହିତ ଏକ “ଅବିସ୍ମରଣୀୟ” ମ୍ୟାଚ୍କୁ ଖେଳିଛନ୍ତି। ତାଙ୍କ ଟେନିସ୍ କ୍ୟାରିୟରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଖେଳାଳି ଏବେ ଖେଳ ଛାଡିଛନ୍ତି। ଏହି ମୁହୂର୍ତ୍ତ  ତାଙ୍କପାଇଁ ବହୁତ କଷ୍ଟକର । ଫେଡରରଙ୍କ ସହ ମିଶି ଖେଳୁଥିବାରୁ ଅଧିକ କ ଉତ୍ସାହିତ ଏବଂ କୃତଜ୍ଞ ଥିବା କହିଥିଲେ ନାଦାଲ ।

 

Leave A Reply

Your email address will not be published.