Latest Odisha News

ଆନ୍ତର୍ଜାତୀୟ ଟି୨୦: ୧୦ ରନରେ ଅଲଆଉଟ ହୋଇଗଲା ମଙ୍ଗୋଲିଆ

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ ଟି୨୦ରେ ମଙ୍ଗୋଲିଆ ଟିମ ୧୦ ରନରେ ଅଲଆଉଟ ହୋଇ ସର୍ବନିମ୍ନ ଦଳଗତ ସ୍କୋରର ଅଲୋଡା ରେକର୍ଡ କରିଛି । ଗତ ବର୍ଷ ଆଇଲ ଅଫ ମ୍ୟାନ ମଧ୍ୟ ୧୦ ରନରେ ଅଲଆଉଟ ହୋଇ ଯାଇଥିଲା । ଟି୨୦ ବିଶ୍ୱକପ ଏସିଆନ କ୍ୱାଲିଫାୟର ମ୍ୟାଚରେ ସିଙ୍ଗାପୁର ଟସ ଜିତି ବୋଲିଂ ନିଷ୍ପତି ନେଇଥିଲା । ମଙ୍ଗୋଲିଆ ଟିମ ୧୦ ଓଭରରେ ୧୦ ରନ କରି ଅଲଆଉଟ ହୋଇ ଯାଇଥିଲା । ହର୍ଷ ଭରଦ୍ୱାଜ ୩ ରନ ଦେଇ ୬ଟି ୱିକେଟ ଅକ୍ତିଆର କରିଥିଲେ । ଜବାବରେ ସିଙ୍ଗାପୁର ମାତ୍ର ୫ଟି ବଲରେ ଆବଶ୍ୟକ ୧୧ରନର ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା ।

୨୦୨୪ରେ ମଙ୍ଗୋଲିଆ ତୃତୀୟ ଥର ପାଇଁ ୨୦ରୁ କମ ସ୍କୋରରେ ଅଲଆଉଟ ହୋଇଛି । ମଙ୍ଗୋଲିଆ ସମସ୍ତ ୪ଟି ମ୍ୟାଚରେ ପରାଜିତ ହୋଇ ପରବର୍ତୀ ପର୍ଯ୍ୟାୟକୁ ଉନ୍ନୀତ ହେବାରେ ବିଫଳ ହୋଇଛି । ଟି୨୦ରେ ସର୍ବନିମ୍ନ ସ୍କୋର ତାଲିକାରେ ମଙ୍ଗୋଲିଆ (୧୦ରନ), ଆଇଲ ଅଫ ମ୍ୟାନ(୧୦), ମଙ୍ଗୋଲିଆ (୧୨), ମଙ୍ଗୋଲିଆ (୧୭) ଓ ତୁର୍କୀୟେ(୨୧) ରହିଛନ୍ତି ।

Comments are closed.