Latest Odisha News

BREAKING NEWS

ମାଙ୍କଡ଼କୁ ଘାରିଛି ଫୋନ ନିଶା : ମଣିଷ ପରି ଚଲାଉଛି ସ୍ମାର୍ଟଫୋନ

କୁହାଯାଏ ମାଙ୍କଡମାନେ ହେଉଛନ୍ତି ମଣିଷଙ୍କ ପୂର୍ବଜ । ସେଥିଲାଗି ମଣିଷ ଏବଂ ମାଙ୍କଡମାନଙ୍କ ମଧ୍ୟରେ ବହୁତ ସମାନତା ମଧ୍ୟ ରହିଥାଏ । ମାଙ୍କଡମାନେ ମଣିଷଙ୍କଠାରୁ ଅନେକ ଜିନିଷ ଶିଖିଥାନ୍ତି । ଏବେ ଏକ ମାଙ୍କଡର ଏପରି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ମାଙ୍କଡ଼ଟିି ମଣିଷଙ୍କ ପରି ଫୋନ୍ ବ୍ୟବହାର କରୁଛିି । ଯାହାକୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ଆଜିକାଲି ଫୋନ ପ୍ରତ୍ୟେକ ଲୋକଙ୍କ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟି ଯାଇଛି । ଯାହା ବିନା ମଣିଷ ରହିବା କଷ୍ଟକର ହୋଇପଡ଼ୁଛି । ସେହିପରି ଛୋଟ ଛୋଟ ପିଲାମାନେ ମଧ୍ୟ ଫୋନ ନିଶାରେ ପାଗଳ । ବର୍ତ୍ତମାନ ପଶୁମାନଙ୍କୁ ମଧ୍ୟ ମୋବାଇଲ ନିଶା ଘାରିଲାଣି । ସେହିପରି ଭାଇରାଲରେ ଭିଡ଼ିଓରେ ଦେଖିବାକୁ ମିଳିଛି ଯେ, ଗୋଟେ ମାଙ୍କଡ଼ ଖଟ ଉପରେ ତକିଆରେ ମୁଣ୍ଡ ରଖି ଆରାମରେ ଶୋଇଛି । ହାତରେ ସ୍ମାର୍ଟଫୋନ୍ ଧରି ମଣିଷ ପରି ବ୍ୟବହାର କରୁଛି । ସେ ନିଜ ମନ ପସନ୍ଦର ଭିଡ଼ିଓ ଦେଖୁଛି । ଏହି ଦୃଶ୍ୟକୁ ଦେଖିଲେ ଆପଣଙ୍କୁ ହସ ବି ଲାଗିବ । କିନ୍ତୁ ମାଙ୍କଡ଼ ତାର କାର୍ଯ୍ୟକୁ ବହୁତ ଗମ୍ଭୀରତାର ସହ କରୁଛି ।

ଏହି ମଜାଦାର ଭିଡିଓକୁ ଲୋକେ ଖୁବ୍ ପସନ୍ଦ କରିଛନ୍ତି । ଲୋକମାନେ ଏହା ଉପରେ ମଜାଳିଆ ମନ୍ତବ୍ୟ ରଖିଛନ୍ତି । ଜଣେ ଉପଭୋକ୍ତା କହିଛନ୍ତି – ଏହା ଦେଖି ବୁଝିଗଲୁ ଯେ ମାଙ୍କଡମାନେ ପ୍ରକୃତରେ ଆମର ପୂର୍ବଜ ।

Leave A Reply

Your email address will not be published.