Latest Odisha News

BREAKING NEWS

ଲାଇନ୍‌ରେ ବସି ଭୋଜି ଖାଇଲେ ମାଙ୍କଡ: ଭିଡିଓ ଭାଇରାଲ, ଲୋକ ଦେଖି ଆଶ୍ଚର୍ଯ୍ୟ

ମାଙ୍କଡ଼କୁ ନେଇ ଅନେକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଦେଖିବାକୁ ମିଳିଥାଏ । କେଉଁଠି ମାଙ୍କଡ ଉତ୍ପାତ କରି ଲୋକଙ୍କ ଜିନିଷପତ୍ର ନଷ୍ଟ କରନ୍ତି ତ ଆଉ କେଉଁଠି କାହାକୁ ଆକ୍ରମଣ କରନ୍ତି । ଆଉ କେଉଁଠି ଲୋକଙ୍କ ସହ ମଜା କରୁଥିବା ବେଳେ ଆଉ କେଉଁଠି ଲୋକଙ୍କ ହାତରୁ ଖାଦ୍ୟ ନେଇ ଖାଇଥାନ୍ତି । କିନ୍ତୁ ଏବେ ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ଦେଖି ଆପଣ ବିଶ୍ୱାସ କରିବେ ନାହିଁ ଯେ ମାଙ୍କଡମାନେ ଏତେ ଶୃଙ୍ଖଳିତ ହୋଇପାରନ୍ତି ।

ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ, କୌଣସି ପାହାଡ଼ ନିକଟରେ ଥିବା ଏକ ମନ୍ଦିରରେ ଭୋଜିର ଆୟୋଜନ କରାଯାଇଛି । ଏଠାରେ ଲୋକମାନେ ଲାଇନ୍ କରି ଭୋଜି ଖାଉଛନ୍ତି । ସେମାନଙ୍କ ସହିତ ମିଶି କିଛି ଦୂରରେ ମାଙ୍କଡ଼ମାନେ ମଧ୍ୟ ଲାଇନ୍‌ରେ ବସି ଭୋଜି ଖାଉଛନ୍ତି । ଏହି ଭିଡିଓ ଦେଖିବା ପରେ କେହି ବିଶ୍ୱାସ କରିପାରୁ ନାହାନ୍ତି ଯେ, ମାଙ୍କଡ଼ମାନେ ଏତେ ଶୃଙ୍ଖଳିତ ହୋଇ କେମିତି ଖାଉଛନ୍ତି ? ସାଧାରଣତଃ ମାଙ୍କଡ଼ମାନେ ଲୋକଙ୍କଠାରୁ ଖାଦ୍ୟ ନେବା ପରେ ପଳାନ୍ତି, ହେଲେ ଏଠାରେ ବସି ଖାଉଛନ୍ତି । ଏହି ଭିଡ଼ିଓକୁ ଲୋକେ ଖୁବ୍ ପସନ୍ଦ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ୧୨ ଲକ୍ଷରୁ ଅଧିକ ଲୋକ ଏହି ଭିଡିଓ ଦେଖିଥିବାବେଳେ ଏକ ଲକ୍ଷରୁ ଅଧିକ ଲୋକ ଏହାକୁ ପସନ୍ଦ କରିଛନ୍ତି ।

Leave A Reply

Your email address will not be published.