Latest Odisha News

BREAKING NEWS

ବାଇଆ କଲା ସ୍ମାର୍ଟ ଫୋନ୍‌, ଭାଇରାଲ ହେଲା ଭିଡିଓ

ନୂଆଦିଲ୍ଲୀ: ପିଲାରୁ ବୁଢ଼ା ସମସ୍ତଙ୍କୁ ଘାରିଛି ଇଣ୍ଟରନେଣ୍ଟର ନିଶା  । ସବୁଠି ଦେଖିବାକୁ ମିଳୁଛି ଇଣ୍ଟରନେଟର ଜଲଓ୍ୱା । ତେବେ ସ୍ମାର୍ଟଫୋନ୍ ଯୁଗରେ ମଣିଷଙ୍କ ସହ ପଶୁ ମଧ୍ୟ ସ୍ମାର୍ଟଫୋନ୍‌ ନିଶାରେ ହେଉଛନ୍ତି ବାଇଆ.. ।  ଯାହା ଆମେ ସବୁ କ୍ଷେତ୍ରରେ ନିଜେ ଅନୁଭବ କରିପାରିଛେ। ତେବେ ବର୍ତ୍ତମାନ ଏହି ସ୍ମାର୍ଟଫୋନ୍ କୁ ନେଇ ଏମିତି ଏକ ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

ବର୍ତ୍ତମାନ ପଶୁମାନେ ମଧ୍ୟ ମଣିଷ ପରି ମୋବାଇଲ୍ ବ୍ୟବହାର କରିବା ଆରମ୍ଭ କରି ଦେଲେଣି। ଯାହାର ଭିଡିଓ ସୋଶିଆଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି  । ଏହି ଭିଡିଓକୁ କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ ତାଙ୍କ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି। ସେ କ୍ୟାପସନରେ ଲେଖିଛନ୍ତି କି, ଡିଜିଟାଇଜେସନ୍ ବାସ୍ତବରେ ଦେଶରେ ଘଟୁଛି । ଏହି ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଭିଡିଓଟିକୁ ଦେଖି ସମସ୍ତେ ପସନ୍ଦ କରିବା ସହିତ ସୁନ୍ଦର ସୁନ୍ଦର କମେଣ୍ଟ ବି ଦେଇଛନ୍ତି।

Leave A Reply

Your email address will not be published.