ପୁରୀ: ପୁରୀ ଜିଲା ପରିଷଦ ବୈଠକରେ ହୋହଲ୍ଲା । ବୈଠକରେ ଜିଲା ପରିଷଦ ଅଧ୍ୟକ୍ଷା କୁଞ୍ଜଲତା ସାମଲଙ୍କୁ କହିବାକୁ ସୁଯୋଗ ନ ଦେବାରୁ ଅସମ୍ମାନିତ ହୋଇ ବୈଠକକୁ ବର୍ଜନ କରି ଚାଲିି ଯାଇଥିଲେ । ଏନେଇ ସେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇବେ ବୋଲି କହିଛନ୍ତି ।
ଶନିବାର ପୁରୀ ଜିଲା ପରିଷଦ ବୈଠକ ଗୃହରେ ୪ର୍ଥ ଜିଲା ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଯୋଗ ଦେଇ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ । ଏହି ସମୟରେ ୧୮ ନମ୍ବର ଜୋନର ଜିଲା ପରିଷଦ ସଦସ୍ୟା କୁଞ୍ଜଲତା ୨୦୧୭ରୁ ୨୨ ପର୍ଯ୍ୟନ୍ତ ବାକି ଥିବା କାର୍ଯ୍ୟ କାହିଁକି କରାଯାଇ ନ ନାହିଁ ବୋଲି ପ୍ରଶ୍ନ କରିଥିଲେ । ହେଲେ ଜିଲାପାଳ ଉତ୍ତର ରଖିବା ପୂର୍ବରୁ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ହସ୍ତକ୍ଷେପ କରି କୁଞ୍ଜଲତାଙ୍କୁ ସମସ୍ତଙ୍କ ଆଗରେ ତାଚ୍ଛଲ୍ୟ କରିବା ସହ ଅସମ୍ମାନ କରିଥିଲେ । ଏମିତି କି ତାଙ୍କୁ ବୈଠକରେ କିଛି କହିବାକୁ ସୁଯୋଗ ନ ଦେବାରୁ ସେ ବୈଠକ ବର୍ଜନ କରି ଚାଲିଯାଇଥିଲେ । ଏନେଇ ସେ ମୁଖ୍ୟମନ୍ତ୍ରୀ ଭେଟି ଜଣାଇବେ ବୋଲି କହିଛନ୍ତି । ତେବେ ଗଣଶିକ୍ଷା ମନ୍ତ୍ରୀ ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟଙ୍କ ପୁଅର ଦୁର୍ନୀତିକୁ ଘଣ୍ଟ ଘୋଡାଇବା ପାଇଁ କୁଞ୍ଜଲତାଙ୍କୁ ଆକ୍ଷେପମୂଳକ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି । ତେବେ ୨୦୨୨ ପଞ୍ଚାୟତ ନିର୍ବାଚନରେ ୧୮ନମ୍ବର ଜୋନର ବଳଙ୍ଗା ପଞ୍ଚାୟତରୁ ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟ ବିଜେଡି ଛାଡି ବିଜେପିରେ ଯୋଗଦାନ କରି ନୋମିନି ପ୍ରାର୍ଥୀ ହୋଇ ବିଜେଡି ପ୍ରାର୍ଥୀ କୁଞ୍ଜଲତାଙ୍କୁ ବିରୋଧ କରିଥିଲେ । ପୁଣି ସେ ବିଜେଡିକୁ ଆସି ପୂର୍ବରୁ ବକେୟା ଥିବା ପ୍ରୋଜେକ୍ଟର ୱାର୍କ ଅର୍ଡର ଆଣିବାକୁ ସକ୍ଷମ ହେଲେ ଆଉ ତାଙ୍କ ପୁଅ ନାମରେ କାର୍ଯ୍ୟ କଲେ ବୋଲି ଅଭିଯୋଗ ହୋଇଛି ।
BREAKING NEWS
- Tiger Shroff Attack: ଲରେନ୍ସର ଅଣ୍ଡରୱାର୍ଲ୍ଡ ସାମ୍ରାଜ୍ୟ; ସାବରମତୀ ଜେଲ୍ରୁ ବିଦେଶ ଯାଏଁ ବିଛାଇଛି ନେଟୱର୍କ! ସଲମାନଙ୍କ ପିଛା ଛାଡୁନି…ଟାଇଗରଙ୍କ ଉପରେ ଗୁଳିମାଡ଼ ପରେ ‘ଡି-କମ୍ପାନୀ’କୁ ନେଇ ଚର୍ଚ୍ଚା
- Vijaya Dashami: ମଣ୍ଡପରେ ମନମୋହୁଛି ମା’ଙ୍କ ମୃଣ୍ମୟୀ ରୂପ…ଆଜି ବିଜୟା ଦଶମୀ; ଅଧର୍ମ ଉପରେ ଧର୍ମର ବିଜୟ, ଶକ୍ତି ଓ ନୂତନ ଆରମ୍ଭର ପବିତ୍ର ପର୍ବ…
- ଡରିବିନି ଡିସେମ୍ବରରେ ବାଂଲାଦେଶ ଯିବି, ‘ଭୟ ମୋର କର୍ତ୍ତବ୍ୟ ସ୍ଥିର କରିପାରିବ ନାହିଁ’ : ହସିନା
- ଅକ୍ଟୋବରରେ ୨୩ରେ ‘ପିପୁଲ୍ ଏଗେନଷ୍ଟ SIR’ ପକ୍ଷରୁ ରାଜ୍ୟବ୍ୟାପୀ ଆନ୍ଦୋଳନ ଡାକରା
- ଶ୍ରୀମନ୍ଦିରରେ ମା’ ବିମଳା ଦେବୀଙ୍କ ବିଶେଷ ନୀତି; କାଲି ସକାଳ ୮ଟାରୁ ଦର୍ଶନ ଆରମ୍ଭ
- ଅକ୍ଟୋବର ୨୦ରୁ ଏହି ୪ ମେମୁ ଟ୍ରେନ୍ ବାତିଲ…
- କମିଶନରେଟ ପୋଲିସର ‘ଏକ୍ସ’ ଆକାଉଣ୍ଟ ହ୍ୟାକ୍
- ବଢ଼ିଲା ଅଡ଼ୁଆ; ଆଉ ୨ ଦିନ ଜେଲରେ ବିତାଇବେ CJPର ଆଶୁତୋଷ ରାଙ୍କା ଓ ସୌରଭ ଦାସ
- ଚଳିତ ବର୍ଷ ନିରାଡମ୍ବର ଭାବେ ଦୁର୍ଗା ପୂଜା ପାଳନ କରିବେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କାହିଁକି…
- ଟାଇଗର ଶ୍ରଫ ଗୁଳିକାଣ୍ଡ ମାମଲାରେ ନୂଆ ଖୁଲାସା; ନାବାଳକ ଅଭିଯୁକ୍ତର ବାପା କହିଲେ – ପୁଅ ଦୁଇ ମାସ ପୂର୍ବରୁ ଘରୁ ଚାଲିଯାଇଥିଲା…

Comments are closed.