ପୁରୀ: ପୁରୀ ଜିଲା ପରିଷଦ ବୈଠକରେ ହୋହଲ୍ଲା । ବୈଠକରେ ଜିଲା ପରିଷଦ ଅଧ୍ୟକ୍ଷା କୁଞ୍ଜଲତା ସାମଲଙ୍କୁ କହିବାକୁ ସୁଯୋଗ ନ ଦେବାରୁ ଅସମ୍ମାନିତ ହୋଇ ବୈଠକକୁ ବର୍ଜନ କରି ଚାଲିି ଯାଇଥିଲେ । ଏନେଇ ସେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇବେ ବୋଲି କହିଛନ୍ତି ।
ଶନିବାର ପୁରୀ ଜିଲା ପରିଷଦ ବୈଠକ ଗୃହରେ ୪ର୍ଥ ଜିଲା ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଯୋଗ ଦେଇ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ । ଏହି ସମୟରେ ୧୮ ନମ୍ବର ଜୋନର ଜିଲା ପରିଷଦ ସଦସ୍ୟା କୁଞ୍ଜଲତା ୨୦୧୭ରୁ ୨୨ ପର୍ଯ୍ୟନ୍ତ ବାକି ଥିବା କାର୍ଯ୍ୟ କାହିଁକି କରାଯାଇ ନ ନାହିଁ ବୋଲି ପ୍ରଶ୍ନ କରିଥିଲେ । ହେଲେ ଜିଲାପାଳ ଉତ୍ତର ରଖିବା ପୂର୍ବରୁ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ହସ୍ତକ୍ଷେପ କରି କୁଞ୍ଜଲତାଙ୍କୁ ସମସ୍ତଙ୍କ ଆଗରେ ତାଚ୍ଛଲ୍ୟ କରିବା ସହ ଅସମ୍ମାନ କରିଥିଲେ । ଏମିତି କି ତାଙ୍କୁ ବୈଠକରେ କିଛି କହିବାକୁ ସୁଯୋଗ ନ ଦେବାରୁ ସେ ବୈଠକ ବର୍ଜନ କରି ଚାଲିଯାଇଥିଲେ । ଏନେଇ ସେ ମୁଖ୍ୟମନ୍ତ୍ରୀ ଭେଟି ଜଣାଇବେ ବୋଲି କହିଛନ୍ତି । ତେବେ ଗଣଶିକ୍ଷା ମନ୍ତ୍ରୀ ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟଙ୍କ ପୁଅର ଦୁର୍ନୀତିକୁ ଘଣ୍ଟ ଘୋଡାଇବା ପାଇଁ କୁଞ୍ଜଲତାଙ୍କୁ ଆକ୍ଷେପମୂଳକ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି । ତେବେ ୨୦୨୨ ପଞ୍ଚାୟତ ନିର୍ବାଚନରେ ୧୮ନମ୍ବର ଜୋନର ବଳଙ୍ଗା ପଞ୍ଚାୟତରୁ ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟ ବିଜେଡି ଛାଡି ବିଜେପିରେ ଯୋଗଦାନ କରି ନୋମିନି ପ୍ରାର୍ଥୀ ହୋଇ ବିଜେଡି ପ୍ରାର୍ଥୀ କୁଞ୍ଜଲତାଙ୍କୁ ବିରୋଧ କରିଥିଲେ । ପୁଣି ସେ ବିଜେଡିକୁ ଆସି ପୂର୍ବରୁ ବକେୟା ଥିବା ପ୍ରୋଜେକ୍ଟର ୱାର୍କ ଅର୍ଡର ଆଣିବାକୁ ସକ୍ଷମ ହେଲେ ଆଉ ତାଙ୍କ ପୁଅ ନାମରେ କାର୍ଯ୍ୟ କଲେ ବୋଲି ଅଭିଯୋଗ ହୋଇଛି ।
BREAKING NEWS
- ଭାଲୁକୁଣି ବିସର୍ଜନ ବେଳେ ଅଘଟଣ; DJ ସାଉଣ୍ଡ ବକ୍ସ ପଡ଼ି ୭ ଆହତ
- ଭୂକମ୍ପରେ ଥରିଲା ଓଡ଼ିଶା; ଏହି ସ୍ଥାନରେ ୩.୯ ତୀବ୍ରତାର ଝଟକା…
- ସର୍ଭେ ରିପୋର୍ଟ : ୭୦% ରୁ ଅଧିକ ୟୁକ୍ରେନବାସୀ ଦୁର୍ନୀତି ପାଇଁ ଜେଲେନସ୍କିଙ୍କୁ ଦାୟୀ ମନେକରୁଛନ୍ତି
- ଇରାନ-ଆମେରିକା ସଂଘର୍ଷ: ଭୟ ଆଉ ଚିନ୍ତା ଭିତରେ ଇରାନରେ ଖୋଲିଲା ସ୍କୁଲ୍
- ବସରୁ ଖସି ପଡ଼ିଲେ ରୋହିତ ଶର୍ମା; ଚିନ୍ତାରେ ଫ୍ୟାନ୍ସ
- ବିଜେପି ନେତାଙ୍କୁ ପ୍ରାଣାନ୍ତକ ଆକ୍ରମଣ; ଡାକ୍ତରଖାନାରେ ଭର୍ତ୍ତି
- Odisha Vigilance:୩୫ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ଆସିଷ୍ଟାଣ୍ଟ ଇଞ୍ଜିନିୟର ଓ ତାଙ୍କ ସହଯୋଗୀ
- ସମ୍ ହସ୍ପିଟାଲରେ ନୂତନ ହୃଦ୍ ଚିକିତ୍ସା: ଟିଏଭିଆର୍ ପଦ୍ଧତିରେ ୭୧ ବର୍ଷୀୟା ମହିଳାଙ୍କୁ ମିଳିଲା ନୂଆ ଜୀବନ
- Asian Games 2026:ଜାଭେଲିନ୍ ଥ୍ରୋ’ରେ ଭାରତର ଚମତ୍କାର ପ୍ରଦର୍ଶନ: ଯଶ୍ବୀରଙ୍କୁ ରୌପ୍ୟ ଓ ରୋହିତଙ୍କୁ ବ୍ରୋଞ୍ଜ
- ସରିଲା ଓଡ଼ିଶା ବିଧାନସଭା ମୌସୁମୀ ଅଧିବେଶନ, ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବି ଘୋଷଣା

Comments are closed.