Latest Odisha News

BREAKING NEWS

ମାଲକାନଗିରିରେ ମୌସୁମୀ ସକ୍ରିୟ: ୨୭ରେ ଘୂର୍ଣ୍ଣିବଳୟ, ପ୍ରବଳ ବର୍ଷିବ

ଭୁବନେଶ୍ୱର: ଆସନ୍ତା ୨୭ ତାରିଖରେ ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଏହାର ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ହୋଇପାରେ। ଜୁନ୍ ୨୩ ତାରିଖ ସୁଦ୍ଧା ରାଜ୍ୟର କିଛି ଜିଲ୍ଲାକୁ ମୌସୁମୀ ଛୁଇଁବାର ସମ୍ଭାବନା ରହିଛି। ସେହିପରି ଜୁନ୍ ୩୦ ତାରିଖ ସୁଦ୍ଧା ରାଜ୍ୟର ସବୁ ସ୍ଥାନରେ ମୌସୁମୀ ପ୍ରଭାବରେ ବର୍ଷା ହେବ।

ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଏବେ ଓଡ଼ିଶାରେ ଧୀରେ ଧୀରେ ସକ୍ରିୟ ହେବାରେ ଲାଗିଛି। ଏହା ଫଳରେ ରାଜ୍ୟର ବିଭିନ ସ୍ଥାନରେ ବର୍ଷା ହେବାର ଦେଖିବାକୁ ମିଳୁଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ପାଇଁ ରାଜ୍ୟର ୧୫ଟି ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଏନେଇ ଭୁବନେଶ୍ଵର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ମୌସୁମୀ ବାୟୁ ଏବେ ଦକ୍ଷିଣ ଓ ଉପକୂଳ ଓଡ଼ିଶାର ପ୍ରାୟ ସବୁ ଜିଲ୍ଲାକୁ ଛୁଇଁଛି। ଏହି ସବୁ ଜିଲ୍ଲାରେ ଗୁରୁବାର ପ୍ରବଳ ବର୍ଷା ହେବାର ସମ୍ଭବନା ରହିଛି। ଅନ୍ୟପଟେ ବଙ୍ଗୋପସାଗରରେ ଲଘୁଚାପ ଆସିବାକୁ ଥିବାରୁ ଜୁନ୍ ୨୪ ତାରିଖ ବେଳକୁ ଓଡ଼ିଶାରେ ମୌସୁମୀ ବର୍ଷାର ପରିମାଣ ଆହୁରି ବଢ଼ିବ ବୋଲି ଆକଳନ କରାଯାଇଛି।

ଜୁନ୍ ୮ ତାରିଖରେ ମୌସୁମୀ ବାୟୁ ମାଲକାନଗିରିରେ ପହଞ୍ଚିଥିଲା। ଏହା ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ବର୍ଷା ହୋଇଥିଲା। ହେଲେ ପଶ୍ଚିମ ଓ ଉପକୂଳ ଓଡ଼ିଶାରେ ଗ୍ରୀଷ୍ମଲହରୀ ଜାରି ରହିଥିଲା। ବର୍ତ୍ତମାନ ମାଲକାନଗିରିରେ ମୌସୁମୀ ସକ୍ରିୟ ରହିଛି ଏବଂ ପ୍ରବଳ ବର୍ଷା ହୋଇଛି ଗତ ୨୪ ଘଣ୍ଟା ମଧ୍ୟରେ ୨୯.୪ ମିମି ବର୍ଷା ହୋଇଛି। ଏହାସହ ଭୁବନେଶ୍ୱର, କଟକ, ଢେଙ୍କାନାଳ ଓ କେନ୍ଦ୍ରାପଡ଼ାରେ ମଧ୍ୟ ବର୍ଷା ହୋଇଛି।

Comments are closed.