Latest Odisha News

BREAKING NEWS

ଜୁନ୍ ୧୫ ସୁଦ୍ଧା ଓଡିଶା ଛୁଇଁପାରେ ମୌସୁମୀ

ଭୁବନେଶ୍ୱର : ଜୁନ୍ ୧୫ ସୁଦ୍ଧା ମୌସୁମୀ ଓଡିଶା ଉପକୂଳ ଛୁଇଁବାର ସମ୍ଭାବନା ରହିଥିବା ନେଇ ଶନିବାର ଦିନ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଶନିବାର ଦିନ କେରଳ ଉପକୂଳ ଛୁଇଁବା ପରେ ବିଭାଗ ପକ୍ଷରୁ ଏହି ପୂର୍ବାନୁମାନ କରାଯାଇଛି ଯେ, ଜୁନ୍ ୧୫ ସୁଦ୍ଧା ମୌସୁମୀ ଓଡିଶା ପହଞ୍ଚିବ । ବିଶେଷତଃ ସେଠାରୁ ମୌସୁମୀ ଓଡିଶା ଉପକୂଳ ପହଞ୍ଚିବା ଲାଗି ପାଖାପାଖି ଏକ ସପ୍ତାହ ସମୟ ଲାଗିଥାଏ ।

ଓଡିଶାରେ ମୌସୁମୀ ଆସିବା ଜଳବାୟୁ ଗତି ଉପରେ ନିର୍ଭର କରିଥାଏ । ଜଳବାୟୁର ଗତି ଠିକ୍ ରହିଲେ ଏକ ସପ୍ତାହ ମଧ୍ୟରେ ମୌସୁମୀ ଓଡିଶା ଛୁଇଁବାର ସମ୍ଭାବନା ରହିଛି । ଯଦି ପବନର ବେଗରେ ହ୍ରାସ ଘଟେ, ତାହେଲେ ମୌସୁମୀ ଆସିବାରେ ଆହୁରି ୨ରୁ ୩ ବିଳମ୍ବ ହେବ ।

ତେବେ ଜୁନ୍ ୧୩ ତାରିଖରୁ ଦକ୍ଷିଣ ଓଡ଼ିଶାରେ ପ୍ରାକ୍ ମୌସୁମୀ ବର୍ଷା ଆରମ୍ଭ ହେବା ସଙ୍ଗେସଙ୍ଗେ ଆଉ ୨ ଦିନ ପର‌୍ୟ୍ୟନ୍ତ ଓଡ଼ିଶାରେ ମେଘୁଆ ପାଗ ରହିବ। ଦୁଇ ଦିନ ପରେ ତାପମାତ୍ରା ସାମାନ୍ୟ ବଢ଼ିବାର ସମ୍ଭାବନା ରହିଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

Leave A Reply

Your email address will not be published.