Latest Odisha News

BREAKING NEWS

ଆଲିଗଡ଼ ହତ୍ୟାକାଣ୍ଡର ଅଭିଯୁକ୍ତ ପୂର୍ବରୁ ନିଜ ଝିଅକୁ କରିଥିଲା ଦୁଷ୍କର୍ମ: ପୋଲିସ

ଆଲିଗଡ଼: ଉତ୍ତର ପ୍ରଦେଶର ବହୁଚର୍ଚ୍ଚିତ ଆଲିଗଡ଼ରେ ଦୁଇ ବର୍ଷର ନାବାଳିକା ହତ୍ୟାକାଣ୍ଡରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତଙ୍କ ବିରୋଧରେ ପୋଲିସ ସଙ୍ଗୀନ ଅଭିଯୋଗ ଆଣିଛି । ପୋଲିସ ସେହି ଅଭିଯୁକ୍ତର ପୁରୁଣା ଫାଇଲ୍ ଖେଳାଇବାରୁ ତା’ନାମରେ ପୂର୍ବରୁ ଅନ୍ୟ ଏକ ସଙ୍ଗୀନ ମାମଲା ରହିଥିବା ଜାଣିବାକୁ ପାଇଥିଲା । ସେ ୫ ବର୍ଷ ପୂର୍ବରୁ ନିଜ ଝିଅ ସହିତ ଦୁଷ୍କର୍ମ କରିଥିବାର ଅଭିଯୋଗ ସମ୍ପର୍କରେ ପୋଲିସ ଜାଣିବାକୁ ପାଇଛି । ତା’ନାମରେ ଝିଅକୁ ଦୁଷ୍କର୍ମ ଅଭିଯୋଗ ଥିବା ବେଳେ ତାକୁ ନିଜ ସ୍ତ୍ରୀ ହିଁ ଜାମିନରେ ଆଣିଥିବା ଖବର ଏନଡ଼ିଟିଭିରେ ପ୍ରକାଶିତ ହୋଇଛି ।

ଅଭିଯୁକ୍ତ ଜଣକ ନିଜ ଜେଜେବାପାଙ୍କ ସହିତ ଧାର କରଜ ଘଟଣାକୁ ନେଇ ଆଲିଗଡ଼ରେ ଜଣେ ୨ ବର୍ଷର ନାବାଳିକାକୁ ହତ୍ୟା କରିବା ପରେ ସମଗ୍ର ଦେଶରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା ।

ଏଠାରେ ସୂଚନାଯୋଗ୍ୟ, ଗତ ରବିବାର ଦିନ ଆଲିଗଡ଼ ସହରରେ ଏକ ଆବର୍ଜନା ପରିପୂର୍ଣ୍ଣ ଏକ ଅଳିଆଗଦା ନିକଟରେ ଏକ ବାଳିକାର ମୃତଦେହକୁ କିଛି କୁକୁର ଝୁଣି ଖାଉଥିବାର ଜଣାପଡ଼ିଥିଲା । ତେବେ ଗତ ମେ’ ୩୦ ତାରିଖରୁ ନିଖୋଜ ରହିଥିବା ଜଣେ ୨ ବର୍ଷର ନାବାଳିକାର ମୃତଦେହ ବୋଲି ପରେ ଜଣା ପଡ଼ିଥିଲା ।

ଏହି ଘଟଣା ଗତ କିଛିଦିନ ଧରି ଜାତୀୟ ଗଣମାଧ୍ୟମରେ ଶିରୋନାମା ଭାବେ ପୃଷ୍ଠା ମଣ୍ଡନ କରିବାରେ ଲାଗିଛି ।

ଦେଶର ନାମି ଦାମି ସେଲେବ୍ରିଟି ତଥା କଳାକାର ଓ ବୁଦ୍ଧିଜୀବୀମାନେ ଏହି ଘଟଣାର ତୀବ୍ର ନିନ୍ଦା କରିବା ସହିତ ଦୋଷୀ ବିରୋଧରେ କଠୋର ଦଣ୍ଡାଦେଶ ଲାଗି ଦାବୀ କରିଛନ୍ତି ।

Leave A Reply

Your email address will not be published.