Latest Odisha News

BREAKING NEWS

ଇନ୍ଦ୍ରପ୍ରସ୍ଥ ସାହିତ୍ୟ ଉତ୍ସବର ‘ମୌସୁମୀ’ କବିତା ଆସର

ଭୁବନେଶ୍ୱର : ଇନ୍ଦ୍ରପ୍ରସ୍ଥ ସାହିତ୍ୟ ଉତ୍ସବ ଓଡ଼ିଶା ଶାଖା ତରଫରୁ ଅନଲାଇନ ମାଧ୍ୟମରେ ‘ମୌସୁମୀ’ କବିତା ଆସର ଆୟୋଜିତ ହୋଯାଇଛି ।

ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ କବି ଫନି ମହାନ୍ତି ମୁଖ୍ୟ ଅତିଥି ଭାବରେ ଏବଂ ସୁଚେତା ମିଶ୍ର ଓ ସଂଜିତ ବଳ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ ।

ଓଡିଶା ଜୋନର ଅଧ୍ୟକ୍ଷା ସଂଘମିତ୍ରା ରାଏଗୁରୁଙ୍କ ସଂଯୋଜନାରେ ଏହି କାର୍ଯ୍ୟକ୍ରମରେ ରଜୀତ ଦାସ, କେ.ବିପ୍ଳବ, ସୁପ୍ରିୟା ପଣ୍ଡା, ସନ୍ଧ୍ୟା ହୋତା, ଅଜୟ କୁମାର ଜେନା, ବାବୁଲୁ ପ୍ରଧାନ, ରାଧାମୋହନ ପାଣିଗ୍ରାହୀ, ସବ୍ୟସାଚୀ ବିଷୋୟୀ, ତପନ ସାହୁ ପ୍ରମୁଖ ଯୋଗ ଦେଇ ‘ମୌସୁମୀ’ ବିଷୟକୁ ନେଇ ସେମାନଙ୍କ ସ୍ଵରଚିତ କବିତା ପାଠ କରିଥିଲେ । ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ବହୁ କବି ଓ କବିୟତ୍ରୀ ଯୋଗ ଦେଇଥିଲେ ।

ଇନ୍ଦ୍ରପ୍ରସ୍ଥ ସାହିତ୍ୟ ଉତ୍ସବର ସଂସ୍ଥାପକ ତଥା କେନ୍ଦ୍ରୀୟ ଅଧ୍ୟକ୍ଷ ଚନ୍ଦ୍ରମଣି ବ୍ରହ୍ମଦତ୍ତ ହିନ୍ଦୀ ଭାଷା ସହ ସମସ୍ତ ଆଞ୍ଚଳିକ ଭାଷାର ପ୍ରଚାର ପ୍ରସାର ଲାଗି ପ୍ରାନ୍ତୀୟ ଅଧ୍ୟକ୍ଷଙ୍କ ତତ୍ୱାବଧାନରେ ନିୟମିତ ଏପରି କାର୍ଯ୍ୟକ୍ରମ ସବୁ ଆୟୋଜନ କରାଇଥାନ୍ତି ଏବଂ ଏହା ଦେଶର ୩୧ ଟି ରାଜ୍ୟରେ ସକ୍ରୀୟ ଭାବେ କାର୍ଯ୍ୟରତ।

Leave A Reply

Your email address will not be published.