Latest Odisha News

BREAKING NEWS

ଦାସିଆ ସାଂସ୍କୃତିକ ପରିଷଦର ରାଜ୍ୟସ୍ତରୀୟ କବିତା ଆସର

ଉମରକୋଟ : ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ‘ଦାସିଆ ସାଂସ୍କୃତିକ ପରିଷଦ’, ତରଫରୁ ପବିତ୍ର ଗୁରୁ ଦିବସ ଅବସରରେ ଗୁଗୁଲ ମିଟ ମାଧ୍ୟମରେ ଏକ ରାଜ୍ୟସ୍ତରୀୟ କବିତା ଆସର, ଆଲୋଚନାଚକ୍ର ଓ ଗୁରୁଦିବସ ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ବେହେଡା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦିବାକର ପରିଡାଙ୍କୁ “ଗୁରୁ ଗୌରବ ସମ୍ମାନ”ରେ ସମ୍ମାନିତ କରାଯାଇଥିଲା l

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ ଲକ୍ଷ୍ମୀକାନ୍ତ ବାହିନୀପତି ଯୋଗଦେଇ ଉପାନ୍ତ ଅଞ୍ଚଳରେ ଓଡ଼ିଆ ଭାଷାର ଉନ୍ନତି ଓ ସମୃଦ୍ଧି ନିମନ୍ତେ ଦାସିଆ ସାଂସ୍କୃତିକ ପରିଷଦର ନିରନ୍ତର ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଥିଲେ l

ବେବୀରାଣୀ ନନ୍ଦଙ୍କ ସଂଯୋଜନାରେ ଆୟୋଜିତ ଏହି କବିତା ଆସରରେ ସ୍ୱପ୍ନା ବେହେରା, ମୌସୁମୀ ଦାଶ, ଭାରତୀ ଭୂଷଣ ପଟ୍ଟନାୟକ, ସ୍ୱପ୍ନା ମହାନ୍ତି, ସ୍ବର୍ଣ୍ଣଲତା ପଟ୍ଟନାୟକ, ନିବେଦିତା ନନ୍ଦ, ତାପ୍ତିମୟୀ ପଣ୍ଡା ମିଶ୍ର, ସନ୍ତୋଷୀ ମହାନ୍ତି, ମଞ୍ଜୁଲତା ସାହୁ, ସଞ୍ଜୟ କୁମାର ମିଶ୍ର ଓ ବିକାଶ ଚନ୍ଦ୍ର ସାହୁ ପ୍ରମୁଖ ଯୋଗଦେଇ ସେମାନଙ୍କ ସ୍ୱରଚିତ ବିତା ଆବୃତ୍ତି କରିଥିଲେ l କବିତାଗୁଡିକ ନଗେନ୍ଦ୍ର କୁମାର ରାଉତ ସମୀକ୍ଷା କରିଥିଲେ l

ଏମ. ହିମାଂଶୁ ଆଚାରୀଙ୍କ ସ୍ୱାଗତ ଭାଷଣ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ଟୁଟୁବାବୁ ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ଅଶୋକ କୁମାର ଦାଶ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିଲେ l ପରିଶେଷରେ କାହ୍ନୁ ଚରଣ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ l

Leave A Reply

Your email address will not be published.