Latest Odisha News

BREAKING NEWS

ଜୁଲାଇ ୧୮ ରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ: ଗୁରୁବାର ଲୋକସଭା ସଚିବାଳୟ ଦ୍ୱାରା ଏକ ପ୍ରେସ ବିଜ୍ଞପ୍ତି ଜାରି ହୋଇଛି। ଏଥିରେ କୁହାଯାଇଛି ଯେ ଚଳିତ ବର୍ଷର ସଂସଦର ମୌସୁମୀ ଅଧିବେଶନ ଜୁଲାଇ ୧୮ ରୁ ଆରମ୍ଭ ହେବ। ସଂସଦର ଉଭୟ ଗୃହ ଜୁଲାଇ ୧୮ରୁ ଆରମ୍ଭ ହେବ ଏବଂ ଅଗଷ୍ଟ ୧୩ ରେ ଶେଷ ହେବ । ମୌସୁମୀ ସାଧାରଣତଃ ଜୁଲାଇର ତୃତୀୟ ସପ୍ତାହରେ ଆରମ୍ଭ ହୋଇ ସ୍ୱାଧୀନତା ଦିବସ ପୂର୍ବରୁ ଶେଷ ହୁଏ।

ଗତ ବର୍ଷର ମୌସୁମୀ ଅଧିବେଶନ ପେଗାସସ୍ ସ୍ପାଏଓ୍ୱୟାର ଦୁର୍ନୀତି, କୃଷି ବିଲକୁ ବିରୋଧ ଏବଂ ତେଲ ଦର ବୃଦ୍ଧି ଉପରେ ଆଲୋଚନା କରିବାକୁ ବିରୋଧୀ ଦଳ ସରକାରଙ୍କଠାରୁ ଅନୁମତି ମାଗିଥିଲେ । ଆଉ ଏହାକୁ ନେଇ ସଂସଦ ସରଗରମ ହେବା ଭିତରେ ଧୋଇ ହୋଇଯାଇଥିଲା ଅଧିବେଶନ।

୨୦୨୧ ମସିହାରୁ ମୌସୁମୀ ଅଧିବେଶନ ଗତ ଦୁଇ ଦଶନ୍ଧି ମଧ୍ୟରେ ତୃତୀୟ ସର୍ବନିମ୍ନ ଫଳପ୍ରଦ (କେତେ କାର୍ଯ୍ୟକ୍ଷମ) ଲୋକସଭା ଅଧିବେଶନ ଥିଲା । ଯେଉଁଥିରେ କେବଳ ୨୧ ପ୍ରତିଶତ କାମ ହୋଇଥିଲା। ରାଜ୍ୟସଭାରେ ୨୮ ପ୍ରତିଶତ ଗୃହ କାର୍ଯ୍ୟ ରେକର୍ଡ କରାଯାଇଥିଲା। ୧୯୯୯ ପରଠାରୁ ଏହା ଅଷ୍ଟମ ସର୍ବନିମ୍ନ କାର୍ଯ୍ୟକ୍ଷମ ଥିଲା।

Leave A Reply

Your email address will not be published.