Latest Odisha News

BREAKING NEWS

ଓଡ଼ିଶା ବିଧାନସଭା ବର୍ଷାକାଳୀନ ଅଧିବେଶନ ସେପ୍ଟେମ୍ବର ୪ ତାରିଖରୁ ଆରମ୍ଭ

ଭୁବନେଶ୍ୱର : ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ ଆସନ୍ତା ୪ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ସେପ୍ଟେମ୍ବର ୪ ତାରିଖରୁ ୧୧ଟି କାର୍ଯ୍ୟଦିବସରେ ଅନୁଷ୍ଠିତ ହେବାକୁ ଯାଉଥିବା ଏହି ଅଧିବେଶନ ନେଇ ଆଜି ଏକ ବିଜ୍ଞପ୍ତି ପ୍ରକାଶ ପାଇଛି ।

ମିଳିଥିବା ସୂଚନାନୁସାରେ ସେପ୍ଟେମ୍ବର ୪ ତାରିଖରୁ ସେପ୍ଟେମ୍ବର ୨୦ ତାରିଖ ପର୍ଯ୍ୟନ୍ତ ଏହି ବର୍ଷା ଅଧିବେଶନ ଚାଲିବ । ବିଧାନସଭାର ଏହି ତ୍ରୟୋଦଶ ଅଧିବେଶନରେ ମୋଟ ୧୧ଟି କାର୍ଯ୍ୟଦିବସ ସ୍ଥିରୀକୃତ ହୋଇଛି ।

ଏହି ଅଧିବେଶନରେ ପ୍ରଥମଦିନରେ ହିଁ ରାଜ୍ୟ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା ସରକାରଙ୍କ ଅତିରିକ୍ତ ବଜେଟ ଉପସ୍ଥାପନ କରିବେ । ତେବେ ୧୭ ତାରିଖରେ ବ୍ୟୟ ମଞ୍ଜୁରୀ ବିଲ୍ ଆଗତ କରିବା ନେଇ ମଧ୍ୟ ନିଷ୍ପତି ହୋଇଥିôବା ସୂଚନା ମିଳିଛି ।

Leave A Reply

Your email address will not be published.