Latest Odisha News

BREAKING NEWS

ବଲାଙ୍ଗୀର: ଟ୍ରକ୍ ଧକ୍କାରେ ଛାତ୍ରୀଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ ଓ ଉତ୍ତେଜନା

ବଲାଙ୍ଗୀର : ବଲାଙ୍ଗୀରର ଲକ୍ଷ୍ମୀଜୋର ଠାରେ ଆଜି ସକାଳେ ଏକ ସଡକ ଦୁର୍ଘଟଣାରେ ଜଣେ କଲେଜ ଛାତ୍ରୀଙ୍କ ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣା ପରେ ମୃତା ଛାତ୍ରୀଙ୍କ ପରିବାରକୁ ୨୫ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରି ସ୍ଥାନୀୟ ଜନସାଧାରଣ ଘଟଣାସ୍ଥଳରେ ରାସ୍ତା ଅବରୋଧ କରିଛନ୍ତି ଏବଂ ସେଠାରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି ।

ମ୍ନା ପଟୁ ଏକ ଟ୍ରକ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ଛାତ୍ରୀଙ୍କ ମୃତ୍ୟୁ ହୋଇଥିବାବେଳେ ଟ୍ରକ୍ ଡ୍ରାଇଭର ଫେରାର ହୋଇଯାଇଛି ।

ଛାତ୍ରୀ ଜଣଙ୍କ ବଲାଙ୍ଗିର ସରକାରୀ ଯୁକ୍ତ ଦୁଇ କଲେଜରେ ପଢୁଥିବା ବେଳେ ତାଙ୍କ ନାମ ମିଲ୍ଲି ନାୟକ ବୋଲି ଜଣାପଡିଛି । ଅନ୍ୟପକ୍ଷରେ ମୃତ ଛାତ୍ରୀଙ୍କ ପରିବାରକୁ କ୍ଷତିପୂରଣ ଦାବି କରି ସ୍ଥାନୀୟ ବାସିନ୍ଦା ଓ ଛାତ୍ରଛାତ୍ରୀମାନେ ମୃତଦେହକୁ ଗାନ୍ଧିନଗର ଛକରେ ରଖି ରାସ୍ତାରୋକ କରିଛନ୍ତି ।

ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରି ରାସ୍ତା ଅବରୋଧରୁ ନିବୃତ କରିବାକୁ ଚେଷ୍ଟା କରୁଛନ୍ତି । ଉତ୍ତେଜନାର ଆଶଙ୍କା କରି ବ୍ୟାପକ ପୋଲସ ଘଟଣାସ୍ଥଳରେ ମୂତୟନ ହୋଇଛନ୍ତି ।

Leave A Reply

Your email address will not be published.