Latest Odisha News

BREAKING NEWS

ଆସନ୍ତାକାଲି ଅଧା ଓଡ଼ିଶା ଓ ୨୪ ତାରିଖ ସୁଦ୍ଧା ପୂରା ରାଜ୍ୟ ଛୁଇଁବ ମୌସୁମୀ

ଭୁବନେଶ୍ବର: ବୁଧବାର ରାଜ୍ୟର ଅନେକ ସ୍ଥାନରେ ପ୍ରାକ୍ ମୌସୁମୀ ବର୍ଷା ହେବ। ଭିଜିବ ଓଡିଶା। ଦକ୍ଷିଣ ଓଡ଼ିଶା ଓ ଉପକୂଳ ଓଡ଼ିଶାର ବହୁ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ୨୦ ତାରିଖ ସୁଦ୍ଧା ଅଧା ଓଡ଼ିଶା ଛୁଇଁବ ମୌସୁମୀ। ୨୪ ତାରିଖ ସୁଦ୍ଧା ପୂରା ଓଡ଼ିଶା ଛୁଇଁବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

ଅନ୍ୟପଟେ ୨୫ ତାରିଖରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ। ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ। ଏହାର ପ୍ରଭାବରେ ରାଜ୍ୟରେ ବଢିବ ବର୍ଷାର ପରିମାଣ। କାଲିଠୁ ଦକ୍ଷିଣ ଓଡିଶାରେ ବର୍ଷା ସମ୍ଭାବନା ରହିଛି। ମୌସୁମୀ ଅଗ୍ରସର ପାଇଁ ପାଗ ଅନୁକୂଳ ରହିଛି। ଏବେ ମାଲକାନଗିରିରେ ମୌସୁମୀ ବାୟୁ ଅଟକିଛି। ୨୦ ତାରିଖ ସୁଦ୍ଧା ବହୁ ସ୍ଥାନକୁ ଅଗ୍ରସର ହେବ।

ବର୍ଷା ପ୍ରଭାବରେ କାଲିଠୁ କମିବ ରାଜ୍ୟର ତାପମାତ୍ରା। ସ୍ବାଭାବିକଠାରୁ ୩ ରୁ ୪ ଡିଗ୍ରୀ କମିବ ପାରଦ। ଏନେଇ ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ। ତେବେ ବର୍ଷା ହେଲେ ବି ଜୁନ୍ ଶେଷ ଯାଏଁ ଉପକୂଳ ଓଡିଶାରେ ଲାଗି ରହିବ ଗୁଳୁଗୁଳି। ସୂଚନା ଥାଉକି ଗତକାଲି ରାଜ୍ୟର କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇଛି।

 

Comments are closed.