ଲଣ୍ଡନ:୫୪ ବର୍ଷ ତଳର ଭାରତର ଖବରକାଗଜ ଫ୍ରାନ୍ସର ବରଫ ଆଚ୍ଛାନିତ ନଦୀଗର୍ଭରୁ ମିଳିଛି । ମୋଂଟ ବ୍ଲାଙ୍କ ପର୍ବତଶ୍ରେଣୀର ନିକଟରେ ପ୍ରବାହିତ ହେଉଥିବା ଏହି ନଦୀରୁ ନ୍ୟାଶନାଲ ହେରାଲ୍ଡ, ଇକୋନୋମିକ୍ସ ଟାଇମ୍ସ, ଦି ହିନ୍ଦୁ, ଦି ଷ୍ଟେଟସମ୍ୟାନ ସମେତ ୧୨ ଭାରତୀୟ ଖବରକାଗଜ ମିଳିଥିଲା । ନ୍ୟାଶନାଲ ହେରାଲ୍ଡ ୨୪ ଜାନୁୟାରୀ ୧୯୬୬ର ବୋଲି ଜଣାପଡିଛି । ଏହାର ପ୍ରଥମ ପୃଷ୍ଠାରେ ଇନ୍ଦିରା ଗାନ୍ଧୀ ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଭାବେ ବିଜୟ ହାସଲ କରିଥିବା ଖବର ପ୍ରକାଶ ପାଇଛି ।
୫୪ ବର୍ଷ ତଳେ ଉକ୍ତ ଦିନ ଇଣ୍ଡିଆ ବିମାନ ବୋଇଙ୍ଗ-୭୦୭ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ଥିବା ୧୭୭ ଯାତ୍ରୀଙ୍କ ସମେତ ବିମାନ କର୍ମଚାରୀ ନିଖୋଜ ହୋଇ ଯାଇଥିଲେ । ବିମାନରେ ଥିବା ଯାତ୍ରୀ ଉପରୋକ୍ତ ଖବରକାଗଜ ପଢ଼ୁଥିବା ଅନୁମାନ କରାଯାଉଛି । ନିକଟରେ ଏକ ରେଷ୍ଟୁରାଂଟ ଚଳାଉଥିବା ତିମୋଥୀ ମୋର୍ଟିନ ଏ ସବୁ ଖବରକାଗଜ ପାଇଛନ୍ତି ।
Comments are closed.