Latest Odisha News

ଶ୍ରାବଣ ମାସରେ କାହିଁକି ଆମିଷ ଖାଇବା ଉଚିତ ନୁହେଁ, ଜାଣନ୍ତୁ କାରଣ..

ଭଗବାନ ଶିବଙ୍କ ଶ୍ରାବଣ ମାସ ଆସନ୍ତାକାଲି ସୋମବାରଠାରୁ ଆରମ୍ଭ ହେଉଛି। ଆସନ୍ତାକାଲି ଶ୍ରାବଣ ମାସର ପ୍ରଥମ ସୋମବାର। ଏହି ମାସରେ ଲୋକମାନେ ନିଜ ନିଜ ଶୈଳୀରେ ଶିବଙ୍କୁ ପୂଜା ଆରଧନା କରନ୍ତି। ଆମେ ସମସ୍ତେ ଶ୍ରାବଣ ମାସକୁ ଭଗବାନ ଶିବଙ୍କର ମାସ ରୂପରେ ଗ୍ରହଣ କରିଥାଉ। ଏହି ମାସରେ ଭଗବାନ ଶିବଙ୍କର ଅନେକ ପୂଜା ଅର୍ଚ୍ଚନା କରାଯାଇଥାଏ। ଶ୍ରାବଣ ମାସରେ ଭଗବାନ ଶିବଙ୍କର କୌଣସି ଭକ୍ତ ଆମିଷ ସେବନ କରନ୍ତି ନାହିଁ। କିନ୍ତୁ କାହିଁକି, ଏହାର ପଛର କାରଣ କଣ ରହିିଛି ଆସନ୍ତୁ ଜାଣିବା।

ଆମେ ଭଗବାନ ଶିବଙ୍କର ମହିମା ସହିତ ବହୁତ ଭଲ ଭାବରେ ପରିଚିତ। ସେ ନିଜର ଭକ୍ତଙ୍କ ସମସ୍ତ ଇଚ୍ଛା ପୁରଣ କରିଥାନ୍ତି। ଏହା ସହିତ ସେମାନଙ୍କର ଭକ୍ତମାନେ ତାଙ୍କୁ ସନ୍ତୁଷ୍ଟ କରିବା ପାଇଁ ଭିନ୍ନ ଭିନ୍ନ ଉପାୟ ଗ୍ରହଣ କରିଥାନ୍ତି। ତେବେ ଏହା ପଛରେ ମଧ୍ୟ ଅନେକ କାହାଣୀ ରହିଛି। ଭଗବାନ ଶିବଙ୍କର ଭକ୍ତମାନେ ଏହି ମାସରେ ପାଣି ଭାର ନେଇ ଭଗବାନ ଶିବଙ୍କ ନିକଟକୁ ଯାଇଥାନ୍ତି। ଏପରି ବିଶ୍ୱାସ ଅଛି କି ଏହି ମାସରେ ଆମିଷ ଭକ୍ଷଣ ନକରି ଭଗବାନ ଶିବଙ୍କର ଲିଙ୍ଗ ଉପରେ ପାଣି ଭାର ନେଇ ଢାଳିବା ଫଳରେ ଭଗବାନ ଶିବଙ୍କର କୃପା ପ୍ରାପ୍ତି ହୋଇଥାଏ। ଏହା ସହିତ ଭଗବାନ ଶିବ ନିଜର ଭକ୍ତଙ୍କର ସମସ୍ତ ଇଚ୍ଛା ପୂରଣ କରିଥାନ୍ତି। ତେବେ ଭଗବାନ ଶିବଙ୍କର ଭକ୍ତମାନେ ଏହି ମାସରେ ଆମିଷ ଠାରୁ ସମ୍ପୂର୍ଣ୍ଣ ରୂପରେ ନିଜକୁ ଦୂରେଇ ରଖିଥାନ୍ତି।

ଶିବ ପୁରାଣରେ ଭଗବାନ ଶିବ ନିଜେ ମାତା ପାର୍ବତୀଙ୍କୁ କହିଛନ୍ତି ଯେ ଭକ୍ତଙ୍କୁ ସେ ବହୁତ ପସନ୍ଦ କରନ୍ତି, କିନ୍ତୁ ସେ ମାଂସ ଖାଉଥିବା କିମ୍ବା ମଦ୍ୟପାନ କରୁଥିବା ଭକ୍ତଙ୍କଠାରୁ ଦୂରେଇ ରହିବାକୁ ପସନ୍ଦ କରନ୍ତି। ସ୍କନ୍ଦ ପୁରାଣରେ ମଧ୍ୟ ଶିବ ଭକ୍ତଙ୍କ ପାଇଁ ଖାଇବା ପିଇବାର ସମାନ ନିୟମ ରହିଛି। ଏଥିରେ ରୁଦ୍ରକୃଷ୍ଣ ଅର୍ଥାତ୍ ଶିବ ଭକ୍ତମାନଙ୍କୁ ମାଛ, ମାଂସ ଏବଂ ମଦ ଖାଇବାକୁ ବାରଣ କରାଯାଇଛି। ଏହି ଖାଦ୍ୟ ଶିବ ଭକ୍ତି ପାଇଁ ନିଷେଧ।

ଅନ୍ୟପଟେ ପୁରାତନ ଯୁଗରେ ମୁନିଋଷି ମାନେ କିଛି ଅଲଗା ମତ ଦେଇଛନ୍ତି। ସେମାନଙ୍କର ମତରେ ଏହି ମାସରେ ଆମିଷ ଛାଡ଼ିବାର କିଛି ଅଲଗା ନିୟମ ରହିଛି। ସେମାନଙ୍କ ଅନୁସାରେ ଏହି ମାସରେ ଭଗବାନ ଶିବଙ୍କ ପାଇଁ ତାଙ୍କର ଭକ୍ତମାନେ ଆମିଷ ଛାଡିଥନ୍ତି, କାରଣ ଏହି ସମୟ ହେଉଛି ଅଧିକାଂଶ ଜୀବ ମାନଙ୍କର ମିଳନର ସମୟ। ସେଥିପାଇଁ ଏହି ସମୟରେ ଅଧିକାଂଶ ଜୀବ ଗର୍ଭ ଧାରଣ କରିଥାନ୍ତି। ଏହା ଫଳରେ ସେମାନଙ୍କ ଶରୀରରେ ଏହି ସମୟରେ ବିଭିନ୍ନ ପ୍ରକାରର ପରିବର୍ତ୍ତନ ହୋଇଥାଏ। ସେଥିପାଇଁ ଏହି ସମୟରେ ସେମାନଙ୍କର ମାଂସ ବିଲକୁଲ ଖାଇବା ଆବଶ୍ୟକ ନୁହେଁ। ସେଥିପାଇଁ ଏହି ସମୟରେ ସମସ୍ତେ ଆମିଷ ଭକ୍ଷଣ କରିବାରୁ ନିବୃତ ରହିବା ଆବଶ୍ୟକ।

ଏହା ସହିତ ଆପଣ ଯଦି ଏହି ସମୟରେ ଆମିଷ ଖାଇଥାନ୍ତି ତେବେ ଆପଣ ବିଭିନ୍ନ ପ୍ରକାରର ରୋଗର ଶିକାର ହୋଇ ପାରନ୍ତି। ସେଥିପାଇଁ ଶ୍ରାବଣ ମାସରେ ଯେପରି ବିଲକୁଲ ଆମିଷ ଭକ୍ଷଣ ନକରନ୍ତି ସେ ଦିଗରେ ଧ୍ୟାନ ଦେବା ଜରୁରୀ। ଆପଣ ଯଦି ଏହି ମାସରେ ଆମିଷର ସେବନ କରନ୍ତି ତେବେ ଆପଣଙ୍କୁ ବିଭିନ୍ନ ପ୍ରକାରର ଚର୍ମ ରୋଗ ହେବାର ସମ୍ଭାବନା ରହିଥାଏ। ସେଥିପାଇଁ ଆପଣ ନିଜକୁ ଏହି ମାସରେ ଆମିଷ ଖାଇବାରୁ ଦୂରେଇ ରଖନ୍ତୁ।

Comments are closed.