ଗଞ୍ଜାମ: ବଙ୍ଗୋପସାଗରରେ ସାମୁଦ୍ରିକ ଝଡ଼ ମୋନ୍ଥା ବଳ ଗୋଟାଉଛି । ଏହାର ପ୍ରଭାବ ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ ଉପରେ ଅଧିକ ଅନୁଭବ ହେବ ବୋଲି ପୂର୍ବାନୁମାନ କରିଛି ଭାରୀୟ ପାଣିପାଗ ବିଭାଗ । ଆସନ୍ତା ୨୮ ତାରିଖ ରାତି ସୁଧା ବାତ୍ୟା ସ୍ଥଳଭାଗ ଛୁଇଁବା ବୋଲି ଆଶଙ୍କା କରାଯାଉଛି ।
ଏହାର ପ୍ରଭାବରେ ସୋମବାର ଗୋପାଳପୁର ଓ ଆଖପାଖ ଅଞ୍ଚଳ ସକାଳୁ ସକାଳୁ ପବନ, ବର୍ଷା ହେବା ସହ ଘଡ଼ଘଡ଼ି ଆରମ୍ଭ ହୋଇଯାଇଛି । ଏହା ପ୍ରକୋପରେ ଗୋପାଳପୁର ସମୁଦ୍ର ଧିରେ ଧିରେ ଅଶାନ୍ତ ହେବା ଉଗ୍ରରୂପ ଧାରଣ କରୁଛି । ଗୋପାଳପୁର ବନ୍ଦରକୁ ଦୁଇ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଗୋପାଳପୁର ଓ ସୁନାପୁର ବେଳାଭୂମିକୁ ପର୍ଯଟକମାନଙ୍କୁ ବୁଲିବାକୁ ବାରଣ କରାଯାଇଛି । ଆସନ୍ତା ୨୯ ତାରିଖ ପର୍ଯନ୍ତ ସମୁଦ୍ର ଭିତରକୁ ନ ଯିବା ପାଇଁ ମତ୍ସ୍ୟଜୀବୀମାନଙ୍କୁ ବାରଣ କରାଯାଇଛି ।
ଜିଲ୍ଲା ପ୍ରଶାସନ ପକ୍ଷ୍ୟରୁ ପୂର୍ବରୁ ନିଜକୁ ପ୍ରସ୍ତୁତି ହେବା ଲାଇନ ବିଭାଗ ସଜାଗ ରହିଛି । ରଙ୍ଗେଇଲୁଣ୍ଡା ବ୍ଲକ ଓ ଗୋପାଳପୁର ଏନଏସି ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ହୋଇ ସଜାଗ ରହିଛନ୍ତି । ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସହ ପବନ ବହିବା ସମ୍ଭାବନା ରହିଛି ବୋଲି ପାଣିପାଗ ପକ୍ଷରୁ ସୂଚନା ମିଳିଛି ।
Comments are closed.