Latest Odisha News

BREAKING NEWS

ଚନ୍ଦ୍ରରେ ଏତେ ମାତ୍ରାରେ ଅମ୍ଳଜାନ ଅଛି ଯେ, ଏକ ଲକ୍ଷ ବର୍ଷ ପର୍ଯ୍ୟନ୍ତ ଲୋକମାନଙ୍କ ଚାହିଦା ପୂରଣ କରିବ !

ନୂଆଦିଲ୍ଲୀ: ପୃଥିବୀ ବ୍ୟତୀତ ଆଉ କେଉଁଠାରେ ଜୀବନଧାରଣ ସମ୍ଭବ ସେ ନେଇ ବୈଜ୍ଞାନିକମାନେ ଗବେଷଣା ଚଲାଇଛନ୍ତ । ଏ ନେଇ ଚନ୍ଦ୍ରପୃଷ୍ଠରୁ ସେମାନଙ୍କୁ ଉତ୍ସାହଜନକ ତଥ୍ୟ ମିଳିଛି । ଚନ୍ଦ୍ରର ଉପରି ଭାଗରେ ଏତେ ମାତ୍ରାରେ ଅମ୍ଳଜାନ ରହିଛି ଯେ, ୮ ବିଲିୟନ ଲୋକ ଏକ ଲକ୍ଷ ବର୍ଷ ପର୍ଯ୍ୟନ୍ତ ନିଶ୍ୱାସ ପ୍ରଶ୍ୱାସ ନେଇପାରିବେ । ଏହା ଅଷ୍ଟ୍ରେଲିଆର ସ୍ପେସ ଏଜେନ୍ସି ଓ ନାସା ମିଳିତ ଭାବେ ଘୋଷଣା କରିଛନ୍ତି ।

ଚନ୍ଦ୍ରପୃଷ୍ଠକୁ ପଠାଯାଇଥିବା ରୋଭର କେତେକ ଚଟାଣ ଓ ପଥର ସଂଗ୍ରହ କରିଥିଲା, ଏଥିରୁ ଉପରୋକ୍ତ ତଥ୍ୟ ମିଳିଛି । ପଥରର ପରସ୍ତ ତଳେ ଅମ୍ଳଜାନ ରହିଛି । ଏହାକୁ ସଂଗ୍ରହ କରାଗଲେ ଜୀବନ ଧାରଣ ସମ୍ଭବ ହୋଇପାରିବ ବୋଲି ବୈଜ୍ଞାନିକମାନେ କହିଛନ୍ତି । ସିଲିକା, ଆଲମୁନିୟମ, ଆଇରନ ଓ ମ୍ୟାଗ୍ନେସିୟମ ଅକ୍ସାଇଡ ଚନ୍ଦ୍ର ପୃଷ୍ଠରେ ପ୍ରଚୁର ମାତ୍ରାରେ ରହିଛି । ଏହାକୁ ସିଧାସଳଖ ମଣିଷ ନିଶ୍ୱାସ ନେଇପାରିବ ନାହିଁ । ଏହାକୁ ମଣିଷ ଉପଯୋଗୀ କରିବା ପାଇଁ ଅତ୍ୟାଧୁନିକ ଜ୍ଞାନକୌଶଳର ବ୍ୟବହାର ଆବଶ୍ୟକ ବୋଲି କୁହାଯାଇଛି ।

Leave A Reply

Your email address will not be published.