Latest Odisha News

BREAKING NEWS

ସୁନ୍ଦରଗଡର ପିଛା ଛାଡୁନି ସ୍କ୍ରବ୍ ଟାଇଫସ୍ : ପୁଣି ୧୪ ନୂଆ ଆକ୍ରାନ୍ତ ଚିହ୍ନଟ, ସଂଖ୍ୟା ୨୪୪କୁ ବୃଦ୍ଧି

ସୁନ୍ଦରଗଡ: ସୁନ୍ଦରଗଡ ଜିଲ୍ଳାର ପିଛା ଛାଡୁନି ସ୍କ୍ରବ୍ ଟାଇଫସ୍  । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ବଢି ଚାଲିଛି । କମିବାର ନାଁ ଧରୁନି  । ପୁଣି ୧୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି  । ଯାହାକି ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ବର୍ତ୍ତମାନ ୨୪୪ରେ ପହଞ୍ଚିଛି । ୮୬ ଜଣଙ୍କ ରକ୍ତ ନମୁନା ପରୀକ୍ଷା ହେବା ପରେ ୧୪ ଜଣ ପଜିଟିଭ୍ ବାହାରିଛନ୍ତି  । ଏ ନେଇ ସୂଚନା ଦେଇଛି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ  ।

ପୂର୍ବରୁ ବଡଗାଁ ଅଞ୍ଚଳର ଜଣେ ସଂକ୍ରମିତଙ୍କର ମୃତ୍ୟୁ ଘଟିଥିବାବେଳେ ଆଉ ଜଣେ ଆକ୍ରାନ୍ତ ଆଇସିୟୁରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି । ସେପଟେ କୀଟ ଦଂଶନରୁ ଏହି ରୋଗ ବ୍ୟାପୁଥିବାରୁ ଜଙ୍ଗଲିଆ ଅଞ୍ଚଳକୁ ଯିବା ସମୟରେ ସମ୍ପୂର୍ଣ୍ଣ ଶରୀରକୁ ଘୋଡାଇ କରି ଯିବାକୁ ପରାମର୍ଶ ଦେଇଛି ସ୍ବାସ୍ଥ୍ୟ ବିଭାଗ  । ରୋଗ ନିୟନ୍ତ୍ରଣ ଲାଗି ରାଉରକେଲା ସରକାରୀ ଡାକ୍ତରଖାନାରେ ଔଷଧ, ପରୀକ୍ଷା ବ୍ୟବସ୍ଥା ରହିଛି ।

Leave A Reply

Your email address will not be published.