Latest Odisha News

BREAKING NEWS

ଭାରତରେ ୨୪ ଘଣ୍ଟାରେ ୧୬ ହଜାରରୁ ଉର୍ଦ୍ଧ୍ୱ କରୋନା ପଜିଟିଭ, ୧୧୩ ମୃତ

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ରବିବାର ଦିନ ଏହି ସଂଖ୍ୟା ୧,୧୦,୯୬,୭୩୧କୁ ଛୁଇଁଥିବାନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଜଣାପଡିଛି ।

କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୧୬,୭୫୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିଲା ବେଳେ ପାଖାପାଖି ୧୧୩ ଜଣଙ୍କର ମୃତ୍ୟୁ ଘଟିଛି। ସୁସ୍ଥ ହୋଇଛନ୍ତି ୧୧,୭୧୮ ଜଣ।

ଏଯାବତ୍ କରୋନାରେ ସଂକ୍ରମିତ ହୋଇ ପ୍ରାୟ ୧,୬୪,୫୧୧ ଜଣ ବ୍ୟକ୍ତି ଚିକିତ୍ସିତ ହେଉଥିବା ବେଳେ ପାଖାପାଖି ୧,୫୭,୦୫୧ ଜଣ ପ୍ରାଣ ହରାଇଛନ୍ତି।

ଆହୁରି ମଧ୍ୟ ସମସ୍ତ ୧,୦୭,୭୫,୧୬୯ ଜଣ ଚିକିତ୍ସିତ ରୋଗୀ ସୁସ୍ଥ ହୋଇ ଡିସଚାର୍ଜ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ କରାଯାଇଛି।

Comments are closed.