Latest Odisha News

BREAKING NEWS

କଟକରୁ ଆଉ ୩୨ ପଜିଟିଜ ଚିହ୍ନଟ

କଟକ: ରାଜ୍ୟରେ କରୋନା ତାର କାୟା ବିସ୍ତାର କରି ଚାଲିଛି । ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଛି । ଆଜି କଟକ ସହରରେ ଆଉ ୩୨ କରୋନା ପଜିଟିଜ ଚିହ୍ନଟ ହୋଇଛନ୍ତି । ଏହାମଧ୍ୟରୁ ୨୭ ଜଣ କ୍ୱାରେଣ୍ଟାଇନରେ ଥିବା ବେଳେ ୫ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ । କ୍ୱାରେଣ୍ଟାଇନରେ ରହିଥିବା ସଂକ୍ରମିତଙ୍କ ମଧ୍ୟରୁ ୫ଜଣ ସରକାରୀ କ୍ୱାରେଣ୍ଟାଇନେର ଥିବା ବେଳେ ୨୧ଜଣ ହୋମ୍ କ୍ୟାରେଣ୍ଟାଇନରେ ରହିଥିଲେ। ସେହିପରି ଜଣେ ପେଡ୍ କ୍ୟାରେଣ୍ଟାଇନରେ ରହିଥିଲେ ।

ଚିହ୍ନଟ ହୋଇଥିବା ସ୍ଥାନୀୟ ସଂକ୍ରମିତମାନେ ହେଲେ ତନ୍ତୀ ସାହିର ୨୫ ବର୍ଷୀୟ ଯୁବକ, ଭାଗବତପୁରର ୧୧ ବର୍ଷର ନାବାଳକ, ନରାଜ କୈବର୍ତ୍ତ ସାହିର ୩୪ ବର୍ଷୀୟ ଯୁବକ, ଗୋପାଳପୁରର ୪୦ ବର୍ଷୀୟ ବ୍ୟକ୍ତି ଓ ଗଣେଶ ମନ୍ଦିର ନିକଟରୁ ଜଣେ ୬୫ ବର୍ଷୀୟ ବୃଦ୍ଧ ।

ସୂଚନାଯୋଗ୍ୟ, କଟକରେ ଏବେସୁଦ୍ଧା ମୋଟ ୩୯୮ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୨୫ଜଣ ଆରୋଗ୍ୟ ଲାଭ କରିଛନ୍ତି । ସେହିପରି ୮ଜଣ ପ୍ରାଣ ହରାଇଥିବା ବେଳେ ୧୬୫ଟି ସକ୍ରିୟ କେସ୍ ରହିଛି ।

Leave A Reply

Your email address will not be published.