Latest Odisha News

BREAKING NEWS

ବିବାଦୀୟ ମନ୍ତବ୍ୟ ଦେବା ପରେ କ୍ଷମା ମାଗିଲେ ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବ

ଅଗରତାଲା: ପଂଜାବୀ ଓ ଜାଠଙ୍କ ପ୍ରତି ବିବାଦୀୟ ମନ୍ତ୍ୟ ଦେଇଥିବା ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବ ସମାଲୋଚିତ ହେବା ପରେ କ୍ଷମା ମାଗିଛନ୍ତି । ଏହି ଦୁଇ ସମ୍ପ୍ରଦାୟର ମୋର ଅନେକ ବନ୍ଧୁ ଅଛନ୍ତି । ଯଦି ମୋ ମନ୍ତବ୍ୟ ନେଇ କେହି ଆଘାତ ପାଇଥାନ୍ତି ତାହାହେଲେ ମୁଁ କ୍ଷମା ପ୍ରାର୍ଥନା କରୁଛି । ଉଭୟଙ୍କ ପାଇଁ ମୁଁ ଗର୍ବିତ ।

କାହାକୁ ଆଘାତ ଦେବା ମୋର ଉଦ୍ଦେଶ୍ୟ ନ ଥିଲା । ପୂର୍ବରୁ ମଧ୍ୟ ବିପ୍ଳବ ବୟାନ ନେଇ ବିବାଦୀୟ ହୋଇଛନ୍ତି । ହରିୟାଣାର ଜାଠ ଶାରୀରିକ ସ୍ତରରେ ଶକ୍ତିଶାଳୀ କିନ୍ତୁ ସେମାନଙ୍କ ବୁଦ୍ଧି ନାହିଁ । ବେଙ୍ଗଲୀମାନଙ୍କୁ କେବେ ବୁଦ୍ଧିରେ ମାତ୍ ଦେଇପାରିବେ ନାହିଁ । ବିପ୍ଳବ ଟୁଇଟ କରି କ୍ଷମା ମାଗିବା ପରେ ବିବାଦ ଥମିବ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.