Latest Odisha News

BREAKING NEWS

ଓଡ଼ିଶାରୁ ୭୧ ନୂଆ କରୋନା ରୋଗୀ ଚିହ୍ନଟ, ଲ‌ୋକାଲ୍ କେସ୍ ୨୮

ଭୁବନେଶ୍ୱର: ଓଡିଶାରୁ ଗତ ୨୪ ଘଣ୍ଟା ମଧ୍ୟରେ ୭୧ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଯାହାକୁ ମିଶାଇ ମୋଟ୍ ସଂକ୍ରମିତ ସଂଖ୍ୟା ୩ ଲକ୍ଷ ୩୮ ହଜାର ୧୯୨ରେ ପହଞ୍ଚିଛି।

ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଲ‌ୋକାଲ୍ କେସ୍ ୨୮ ରହିଥିବା ବେଳେ କ୍ବାରେଣ୍ଟାଇନରୁ ୪୩ ଚିହ୍ନଟ ହୋଇଛନ୍ତି।

ଉଲ୍ଲେଖଯୋଗ୍ୟ, ରାଜ୍ୟରେ କରୋନା ସୁସ୍ଥତାଙ୍କ ସଂଖ୍ୟା ୩ ଲକ୍ଷ ୩୫ ହଜାର ୫୬୯କୁ ବୃଦ୍ଧି ପାଇଛି । ଏଯାବତ ରାଜ୍ୟରେ ଆକ୍ଟିଭ କେସ୍ ୬୫୨ ରହିଥିବା ବେଳେ ୧୯୧୮ ଜଣଙ୍କର ମୃତ୍ୟୁ ଘଟିଛି।

Leave A Reply

Your email address will not be published.