Latest Odisha News

ବଢୁଛି ସଂକ୍ରମଣ ମାମଲା, ଦେଶରେ ଆଜି ୯୬ ହଜାର ନୂଆ ଆକ୍ରାନ୍ତ, ୫୦ ହଜାର ସୁସ୍ଥ

ନୂଆଦିଲ୍ଲୀ: ଦେଶରେ ଦୈନିକ କରୋନା ମାମଲା ପୁଣି ବଢ଼ିବାରେ ଲାଗିଛି। ଗତ ୨୪ଘଣ୍ଟାରେ ସାରା ଦେଶରେ ଚିହ୍ନଟ ହୋଇଛନ୍ତି ୯୬ ହଜାର ୯୮୨ ନୂଆ ଆକ୍ରାନ୍ତ । ଦେଶରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୨୬ ଲକ୍ଷ ୮୬ ହଜାର ୦୪୯କୁ ବୃଦ୍ଧି ପାଇଛି।

ଗତ ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି ଆଉ ୯୬ ହଜାର ୯୮୨ ସଂକ୍ରମିତ । ଦେଶରେ ମୋଟ୍ ସୁସ୍ଥ ସଂଖ୍ୟା ୧ କୋଟି ୧୭ ଲକ୍ଷ ୩୨ ହଜାର ୨୭୯ରେ ପହଞ୍ଚିଛି । ସୁସ୍ଥହାର ରହିଛି ୯୨.୮୦% । ଏବେ ଦେଶରେ ୭ ଲକ୍ଷ ୮୮ ହଜାର ୨୨୩ଟି କରୋନା ଆକ୍ଟିଭ୍ କେସ୍ ରହିଛି ।

ସେହିପରି ଗତ ୨୪ଘଣ୍ଟାରେ ଦେଶରୁ ମହାମାରୀ ଆଉ ୪୪୬ ସଂକ୍ରମିତଙ୍କ ଜୀବନ ନେଇଛି । ମୋଟ୍ ମୃତ୍ୟୁସଂଖ୍ୟା ୧ ଲକ୍ଷ ୬୫ ହଜାର ୫୪୭କୁ ବୃଦ୍ଧି ପାଇଛି । ଦେଶରେ ମୃତ୍ୟୁହାର ରହିଛି ୧.୩୧%।

Comments are closed.