Latest Odisha News

BREAKING NEWS

ଚିନ୍ତା ବଢାଇଲାଣି କରୋନାର ନୂଆ ପ୍ରଜାତି

ନୂଆଦିଲ୍ଲୀ: ପୁଣି ରୂପ ବଦଳାଇଲା କରୋନା। ମଧ୍ୟପ୍ରଦେଶ ଏବଂ ମହାରାଷ୍ଟ୍ରରେ କରୋନାର ନୂଆ ପ୍ରଜାତି ଚିହ୍ନଟ ହେବା ପରେ ଏହାକୁ ନେଇ ଚିନ୍ତା ବଢିଛି। ମଧ୍ୟପ୍ରଦେଶ ଏବଂ ମହାରାଷ୍ଟ୍ରରେ SARS CoV 2 ର ଡେଲଟା ପ୍ରଜାତିର ମାମଲା ଚିହ୍ନଟ ହୋଇଥିବା ଜଣାପଡ଼ିଛି।

ଟାଇମ୍ସ ଅଫ୍ ଇଣ୍ଡିଆର ଏକ ରିପୋର୍ଟ ଅନୁଯାୟୀ, (ଏନସିଡିସି) ରୁ ପ୍ରକାଶିତ ଜେନୋମ ସିକ୍ୱେନ୍ସିଂ ରିପୋର୍ଟରେ ଇନ୍ଦୋରରେ ଏହି ନୂତନ ପ୍ରକାରର ୭ଟି ମାମଲା ଚିହ୍ନଟ ହୋଇଛି। ଇନ୍ଦୋରର ମୁଖ୍ୟ ଚିକିତ୍ସା ଏବଂ ସ୍ୱାସ୍ଥ୍ୟ ଅଧିକାରୀ ଡା. ବିଏସ୍ ସତ୍ୟ କହିଛନ୍ତି ଯେ ସଂକ୍ରମିତ ୨ ଜଣ ହେଉଛନ୍ତି ସେନା ଅଧିକାରୀ।

ମହାରାଷ୍ଟ୍ରର ୧ ପ୍ରତିଶତ ନମୁନାରେ ନୂଆ ଡେଲଟା AY.4.2 ପ୍ରକାର ଚିହ୍ନଟ ହୋଇଥିବା ଜଣାପଡ଼ିଛି।

ବୈଜ୍ଞାନିକମାନେ ସୂଚାଇ ଦେଇଛନ୍ତି ଯେ ନୂଆ ସଂକ୍ରମଣ ଡେଲ୍‌ଟାର ପ୍ରଜାତି ଅପେକ୍ଷା ଅଧିକ ସଂକ୍ରାମକ ଏବଂ ଅଧିକ ମାରାତ୍ମକ ହୋଇପାରେ। AY 4.2 ଏହି ପ୍ରଜାତି ପୂର୍ବରୁ ବ୍ରିଟେନରେ ଆତଙ୍କ ସୃଷ୍ଟି କରିସାରିଛି। ଏହି ନୂତନ ସଂସ୍କରଣକୁ ବର୍ତ୍ତମାନ ବ୍ରିଟେନରେ ‘ଅଣ୍ଡର ଇନଭେଷ୍ଟିଗେସନ୍’ ଭାବରେ ଘୋଷଣା କରାଯାଇଛି।

Comments are closed.