Latest Odisha News

BREAKING NEWS

ମେ’ ଅପେକ୍ଷା ଜୁନରେ ରାଜ୍ୟରେ ଅଧିକ ସଂକ୍ରମଣ

ଭୁବନେଶ୍ବର: ରାଜ୍ୟରେ କରୋନାରେ ସଂକ୍ରମିତ ହୋଇଛନ୍ତି ୪ ହଜାର ୮୫୬ ଜଣ । ଗତ ୨୪ ଘଣ୍ଟାରେ ବାହାରିଛି ନୂଆ ୧୭୯ ପଜିଟିଭ୍ କେସ୍ । ରାଜ୍ୟର କରୋନା ଗ୍ରାଫ ଦର୍ଶାଉଛି ମେ ମାସ ଅପେକ୍ଷା ଜୁନରେ ସଂକ୍ରମଣ ବଢ଼ିଛି । ଜୁନ୍ ୧ ତାରିଖରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଥିଲା ୨ ହଜାର ୨୪୫ । ଆଜି ସୁଦ୍ଧା ସଂକ୍ରମିତ ହୋଇ ସାରିଲେଣି ୪ ହଜାର ୮୫୬ । ଅର୍ଥାତ ଏହି ୧୯ ଦିନ ଭିତରେ ସାମନାକୁ ଆସିଛି ୨ ହଜାର ୬୧୧ଟି ପଜିଟିଭ କେସ୍ । ଦୈନିକ ହାରାହାରି ରାଜ୍ୟରେ ସଂକ୍ରମିତ ହେଉଛନ୍ତି ୧୩୭ ପଜିଟିଭ୍ କେସ୍ ବାହାରୁଛି ।

ମେ’ରେ ଦୈନିକ ହାରାହାରି ୬୨ ପଜିଟିଭ୍

ମେ ମାସରେ ରାଜ୍ୟରେ ସଂକ୍ରମଣ ହାର ଜୁନ୍ ଅପେକ୍ଷା କମ୍ ଥିଲା । ମେ ମାସ ଆରମ୍ଭରେ ପଜିଟିଭ୍ ସଂଖ୍ୟା ଥିଲା ମାତ୍ର ୧୫୪ । ମେ ୩୧ ତାରିଖ ସୁଦ୍ଧ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ୨ ହଜାର ୧୦୪ରେ ପହଞ୍ଚିଥିଲା । ଅର୍ଥାତ ମେ ମାସରେ ହଜାରେ ୯୫୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏହି ସମୟରେ ଦୈନିକ ହାରାହାରି ବାହାରୁଥିଲେ ୬୨ ଭୂତାଣୁ ସଂକ୍ରମିତ ।

ଜୁନରେ କାହିଁକି ଅଧିକ ସଂକ୍ରମଣ?

ଜୁନ୍ ମାସରେ କୋଲକାତାରୁ ଅମ୍ଫନ ବାତ୍ୟା ପୁନରୁଦ୍ଧାର କାମ ସାରି ରାଜ୍ୟକୁ ଫେରିଥିବା ଏନଡିଆରଏଫ୍, ଓଡ୍ରାଫ ଓ ଅଗ୍ନିଶମ ବାହିନୀର ୨୨୪ ଯବାନ ବି କରୋନା ପଜିଟିଭ ବାହାରିଛନ୍ତି । ସେହିପରି ରାଜ୍ୟରେ ଡାକ୍ତର, ସ୍ବାସ୍ଥ୍ୟକର୍ମୀ, ପୋଲିସ ସମେତ କରୋନା ମୁକାବିଲାରେ ନିୟୋଜିତ କର୍ମଚାରୀ ବି ସଂକ୍ରମିତ ହୋଇଛନ୍ତି । ଯାହାଦ୍ବାରା ରାଜ୍ୟରେ ସଂକ୍ରମଣ ବଢିଛି । ଏହାବାଦ୍ ଚଳିତମାସରେ ଦେଶରେ ଆରମ୍ଭ ହୋଇଛି ଟ୍ରେନ୍ ଓ ଘରୋଇ ବିମାନ ସେବା । ଏସବୁ କାରଣରୁ ଜୁନରେ ସଂକ୍ରମଣ ବଢିଛି ଓ ଆଗକୁ ଅଧିକ ବି ହୋଇପାରେ । ଏହାକୁ ଦୃଷ୍ଟିରେ ରଖି ସରକାର ପ୍ରତିଷେଧକମୂଳକ ବ୍ୟବସ୍ଥା ଗ୍ରହଣ କରିଛନ୍ତି । ୧୪ ଜିଲ୍ଲାରେ ଜୁନ୍ ୩୦ ଯାଏ ପ୍ରତି ଶନି ଓ ରବିବାର ସଟଡାଉନ୍ କରିବା ସହ ଘରକୁ ଘର ଯାଇ ସର୍ଭେ କରାଯାଉଛି ।

Leave A Reply

Your email address will not be published.