Latest Odisha News

BREAKING NEWS

କଟକରେ ଚିହ୍ନଟ ନୂଆ କରୋନା ପଜିଟିଭଙ୍କ ସମ୍ପର୍କରେ ଜାଣନ୍ତୁ

କଟକ: କଟକ ମହାନଗର ନିଗମରେ ଶନିବାର ଦିନ ଏକ ନୂଆ କରୋନା ପଜିଟିଭ ମାମଲା ଚିହ୍ନଟ ହୋଇଥିବା ନେଇ ସୂଚନା ମିଳିଛି । ଯାହାକୁ ମିଶାଇ କଟକରେ ଆକ୍ରାନ୍ତ ବ୍ୟକ୍ତିଙ୍କ ସଂଖ୍ୟା ୨୬ ପହଞ୍ଚିଛି।

ସୂଚନାନୁଯାୟୀ କଟକ ଜିଲ୍ଲାରେ ୧୫ଟି ମାମଲା ଚିହ୍ନଟ ହୋଇଥିବା ବେଳେ ସେଥିରେ କଟକ ମହାନଗର ନିଗମର ଜଣେ ମହିଳା ରହିଛନ୍ତି । ଏନେଇ ଟ୍ୱିଟ କରାଯାଇଛି ।

ଉକ୍ତ ଟ୍ୱିଟ ଅନୁଯାୟୀ ଅରୁଣୋଦୟ ନଗରର ଜଣେ ୩୩ ବର୍ଷୀୟା ମହିଳା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତାଙ୍କର ଟ୍ରାଭେଲ ହିଷ୍ଟ୍ରି ମୁମ୍ବାଇ ରହିଛି ।

ଅଧିକପଢନ୍ତୁ- ୧୮ ଏନଡିଆରଏଫ୍‌/ଅଗ୍ନିଶମ କର୍ମୀଙ୍କ ସମେତ ଓଡିଶାରେ ଆଉ ୧୭୯ କରୋନା ଆକ୍ରାନ୍ତ

ତେବେ କଟକରେ ଜଣେ କରୋନା ରୋଗୀ ମୃତ୍ୟୁବରଣ କରିଥିବା ବେଳେ ୧୮ ଜଣ ସୁସ୍ଥ ହୋଇଛନ୍ତି । ଏଥିସହିତ ବର୍ତ୍ତମାନ ଆଠଟି ସକ୍ରିୟ ମାମଲା ରହିଛି।

Leave A Reply

Your email address will not be published.