Latest Odisha News

BREAKING NEWS

କ୍ରମାଗତ ଭାବେ ଦେଶରେ ବଢୁଛି ସୁସ୍ଥତା ହାର: ୨୪ ଘଣ୍ଟାରେ ସର୍ବାଧିକ ୧ ଲକ୍ଷରୁ ଅଧିକ ଆରୋଗ୍ୟ ରେକର୍ଡ

ନୂଆଦିଲ୍ଲୀ: କ୍ରମାଗତ ଭାବେ ଦେଶରେ କରୋନା ସଂକ୍ରମିତ ସୁସ୍ଥ ହାର ବଢି ଚାଲିଛି ।କରୋନା ଆରୋଗ୍ୟ ହାରରେ ଭାରତ ୮୦ % ପାର୍ କରିଛି । କ୍ରମାଗତ ଭାବରେ ଭାରତରେ ଆରୋଗ୍ୟଙ୍କ ହାର ବଢ଼ିବାରେ ଲାଗିଛି। ଲଗାତାର ତୃତୀୟ ଦିନ ପାଇଁ ଭାରତରେ ୯୦, ୦୦୦ ରୁ ଅଧିକ ଆରୋଗ୍ୟ ଚିହ୍ନଟ ହୋଇଥିବା ବେଳେ ଆଜି ସର୍ବାଧିକ ୧ ଲକ୍ଷରୁ ଅଧିକ ଆରୋଗ୍ୟ ଲାଭ କରିଛନ୍ତି ।

ଗତ ୨୪ ଘଣ୍ଟା ମଧ୍ୟରେ ୧,୦୨,୪୬୮ ଜଣ ରୋଗୀଙ୍କୁ ଡିସଚାର୍ଜ କରାଯାଇଛି। ୧୨ ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଆରୋଗ୍ୟଙ୍କ ହାର ଜାତୀୟ ହାରଠାରୁ ମଧ୍ୟ ଅଧିକ ରହିଛି ।

କେବଳ ମହାରାଷ୍ଟ୍ର, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ଉତ୍ତରପ୍ରଦେଶ ଏବଂ ତାମିଲନାଡୁ, ଓଡିଶା, ଦିଲ୍ଲୀ, କେରଳ, ପଶ୍ଚିମବଙ୍ଗ ଏବଂ ପଞ୍ଜାବ ଆଦି ସ୍ଥାନର ଆରୋଗ୍ୟ ହାର ରହିଛି ୭୯% ।

ତେବେ ଦେଶରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୪୪,୯୭,୮୭୬ ଛୁଇଁଛି । ତେବେ ଆରୋଗ୍ୟଙ୍କ ହାରରେ ଅନ୍ୟ ଦେଶ ଗୁଡିକ ଅପେକ୍ଷା ଭାରତ ଶୀର୍ଷରେ ରହିଛି।

Leave A Reply

Your email address will not be published.