Latest Odisha News

ନମାଜ ପାଠ ବେଳେ ଇସ୍ରାଏଲର ରକେଟ ମାଡ, ଖଣ୍ଡ ଖଣ୍ଡ ହୋଇ ଛିଟିକି ପଡିଲା ୧୦୦ ମୃତଦେହ

ଗାଜା: ଗାଜାର ଦାରାଜ ସହରରେ ଶନିବାର ଇସ୍ରାଏଲ ସେନା ଏକ ସ୍କୁଲ ଉପରେ ସାଙ୍ଘାତିକ ଆକ୍ରମଣ କରିଛି। ଏଥିରେ ୧୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ ଏଥିରେ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରେ ମହିଳା, ପିଲା ଏବଂ ବରିଷ୍ଠ ନାଗରିକ ଅଛନ୍ତି। ପାଲେଷ୍ଟାଇନ ନ୍ୟୁଜ ଏଜେନ୍ସି ସୂଚନା ଅନୁସାରେ ପୂର୍ବ ଗାଜାରେ ବିସ୍ଥାପିତ ଲୋକଙ୍କ ପିଲାଙ୍କ ପାଇଁ ନିର୍ମିତ ସ୍କୁଲରେ ଆକ୍ରମଣ ହୋଇଛି ।

ସ୍କୁଲରେ ନମାଜ ପାଠ ସମୟରେ ମିସାଇଲ ଓ ରକେଟ ମାଡ କରିଥିଲା ଇସ୍ରାଏଲ । ରକେଟ ମାଡ ଯୋଗୁଁ ଏତେ ଭୟଙ୍କର ବିସ୍ଫୋରଣ ହୋଇଥିଲା ଯେ ଲୋକଙ୍କର ଶରୀର ଖଣ୍ଡ ଖଣ୍ଡ ହୋଇ ଛିଟିକି ପଡିଥିଲା। ସେମାନଙ୍କ ପରିଚୟ ମିଳିବା ମୁସ୍କିଲ୍ ହୋଇପଡିଛି। ତେବେ ଇସ୍ରାଏଲ ଦାବି କରିଛି ଯେ ଆକ୍ରମଣ ସ୍ଥାନରେ ହମାସର ମୁଖ୍ୟାଳୟ ଥିଲା। ହମାସର କମାଣ୍ଡର ସେଠାରୁ ଆକ୍ରମଣ ନିର୍ଦ୍ଦେଶ ଦେଉଥିଲେ।

ବିସ୍ଥାପିତ ଲୋକଙ୍କୁ ହତିଆର କରିଥିଲା ଆତଙ୍କୀ ସଗଂଠନ। ଆତଙ୍କୀଙ୍କୁ ହତ୍ୟା କରିବାକୁ ଆକ୍ରମଣ କରାଯାଇଥିଲା। ଟାର୍ଗେଟରେ ସାଧାରଣଲୋକ ନଥିଲେ ବୋଲି ଇସ୍ରାଏଲ ଦାବି କରିଛି। ରକ୍ତମୁଖା ଇସ୍ରାଏଲ ହମାସକୁ ମୂଳପୋଛ କରିବାକୁ ଘନଘନ ଆକ୍ରମଣ ଜାରି ରଖିଛି । ଯେଉଁଥିରେ ଗଲାଣି ହଜାର ସଂଖ୍ୟକ ନିରୀହଙ୍କ ଜୀବନ ।

 

Comments are closed.