ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିଁହା ବ୍ଳକ ଗହମ ଗାଁରେ ଭୟଙ୍କର ରୂପ ନେଉଛି ଝାଡ଼ାବାନ୍ତି । ଏଥିରେ ୧୦୦ ରୁ ଅଧିକ ଆକ୍ରାନ୍ତ ହୋଇଥିବାବେଳେ, ୨୦ରୁ ଅଧିକ ଆକ୍ରାନ୍ତ ଜିଲ୍ଲାର ବିଭିନ୍ନ ସରକାରୀ ଓ ବେସରକାରୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ନଦୀର ଦୂଷିତ ପାଣିକୁ ପାନୀୟ ଓ ଅନ୍ୟାନ୍ୟ କାର୍ଯ୍ୟରେ ବ୍ୟବହାର କରିବା ଫଳରେ ଗା ରେ ଝାଡା ବାନ୍ତି ବ୍ୟାପୁଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।
ସ୍ବାସ୍ଥ୍ୟ ବିଭାଗ ମଧ୍ୟ ଦୂଷିତ ପାଣି ଯୋଗୁଁ ଝାଡ଼ାବାନ୍ତି ବ୍ୟାପିଥିବା ସ୍ବୀକାର କରିଛି । ଅନ୍ୟପଟେ ପାନୀୟ ଜଳ ଯୋଗାଣ ଅଧିକାରୀ କହିଛନ୍ତି, ପାଣିର ଟେଷ୍ଟ ରିପୋର୍ଟ ଆସିବା ସଂକ୍ରମଣ ର କାରଣ ସ୍ପଷ୍ଟ ହୋଇଯିବ। ସଂକ୍ରମଣ ରୋକିବା ପାଇଁ ଯାହା ଯାହା ସାବଧାନତା ଅବଲମ୍ବନ କରିବା କଥା, ଆମ ପକ୍ଷରୁ ସେସବୁ କରାଯାଉଛି ।
ତେବେ ଗତ ଗୁରୁବାର ଠାରୁ ଗହମ ଗାଁରେ ଝାଡା ବାନ୍ତି ଆରମ୍ଭ ହୋଇଥିଲା । ଏହା ଭୟାବହ ରୂପ ନେବାରୁ ଜିଲ୍ଲା ସ୍ଵାସ୍ଥ୍ୟକେନ୍ଦ୍ର ଅନୁଗୁଳରୁ ଏକ ଟିମ୍ ଆସି ଗାଁର ସ୍ଥିତି ଅନୁଧ୍ୟାନ କରିବା ସହ ଆକ୍ରାନ୍ତଙ୍କୁ ଓଆରଏସ୍ ଏବଂ ଔଷଧ ବଣ୍ଟନ ବ୍ୟବସ୍ଥା କରିଥିଲେ । ଏହାପରେ ପାଣିର ନମୁନା ମଧ୍ୟ ସଂଗ୍ରହ କରିଥିଲା ଟିମ୍ ।
Comments are closed.