Latest Odisha News

BREAKING NEWS

Jaundice In Cuttack: କଟକରେ ୧୫ରୁ ଅଧିକ ଜଣ୍ଡିସ୍‌ରେ ଆକ୍ରାନ୍ତ..

କଟକ: କଟକରେ ଜଣ୍ଡିସ ବ୍ୟାପିବାରେ ଲାଗିଛି । ୧୫ରୁ ଅଧିକ ଜଣ ଏଥିରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବାବେଳେ, ୨ ଜଣଙ୍କ ଅବସ୍ଥା ଗୁରୁତର ମଧ୍ୟ ରହିଛି । ଦୂଷିତ ଜଳ ବ୍ୟବହାର କାରଣରୁ ଏତେ ସଂଖ୍ୟାରେ ଲୋକେ ଜଣ୍ଡିସ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ବିଶେଷ କରି କଟକର କଦମ ଏ ରସୁଲର ବ୍ରାହ୍ମଣ ସାହିରେ ଏହି ଆକ୍ରାନ୍ତ ମାନେ ଚିହ୍ନଟ ହୋଇଛନ୍ତି ।

ଏନେଇ ପ୍ରଶାସନ ତରଫରୁ ତୁରନ୍ତ ପଦକ୍ଷେପ ନିଆଯାଇ ସିଏମସିର ସ୍ବାସ୍ଥ୍ୟ ବିଭାଗ ଉକ୍ତ ଅଞ୍ଚଳ ସଫେଇ କରିବା ସହ ରକ୍ତ ନମୁନା ପରୀକ୍ଷା ପାଇଁ ପଠାଇଛି । ଅନ୍ୟପଟେ, ସ୍ଥିତି ନିୟନ୍ତ୍ରଣରେ ରହିଥିବା କଥା କହିଛନ୍ତି ସିଏମସି କମିଶନର। ସେହିଭଳି ଜଣ୍ଡିସର ଲକ୍ଷଣ ଆସିବାମାତ୍ରେ କେବଳ ଡାକ୍ତରଙ୍କ ପରାମର୍ଶ ନେବାକୁ ପରାମର୍ଶ ଦେଇଛନ୍ତି ସିଏମସି କମିଶନର କିରଣ ଦୀପ କୌର ସହୋଟା ।

 

Comments are closed.