Latest Odisha News

BREAKING NEWS

ରାତି ପାହିଲେ ନିର୍ବାଚନ ଫଳ, ପ୍ରାର୍ଥୀଙ୍କ ମନରେ ଛନକା, ସୁରକ୍ଷା ବ୍ୟବସ୍ଥା କଡାକଡି

ଭୁବନେଶ୍ଵର: ରାତି ପାହିଲେ ବାହାରିବ ନିର୍ବାଚନ ଫଳ । କିଏ ପିନ୍ଧିବ ବିଜୟ ମୁକୁଟ । ଫୋକସରେ ସମସ୍ତ ରାଜନୈତୀକ ଦଳ । ଏବେଠୁ ସମସ୍ତ ରାଜନୈତୀକ ଦଳର ପ୍ରାର୍ଥୀଙ୍କ ମନରେ ଛନକା ପଶିଲାଣି । ସେପଟେ ଷ୍ଟ୍ରଙ୍ଗ ରୁମ ସୁରକ୍ଷା ଠାରୁ ଆରମ୍ଭ କରି ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପପର୍ଯ୍ୟନ୍ତ ସୁରକ୍ଷା ଉପରେ ଗୁରୁତ୍ୱ ଦେଇଛି ପୋଲିସ । ଭୋଟ୍‌ ଗଣତି ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ଆଜି ରାତିରେ କାଉଣ୍ଟିଂ ସେଣ୍ଟରରେ ସିଏପିଏଫ୍ ଫୋର୍ସ ମୁତୟନ ରହିବେ । ଅତିରିକ୍ତ ୧୧୫ କମ୍ପାନୀ ଫୋର୍ସ ସିଏପିଏଫ୍ ମୁତୟନ ରହିବେ ।  ୬୯ଟି ଷ୍ଟ୍ରଙ୍ଗରୁମ ଓ ଗୋଟିଏ ପୋଷ୍ଟାଲ ବାଲାଟ କାଉଁଟିଙ୍ଗ ପାଇଁ ତ୍ରିସ୍ତରୀୟ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଇନର କର୍ଡନ ଦାୟିତ୍ବରେ ଅଛନ୍ତି ସିଏପିଏଫ୍‌ ଫୋର୍ସ । ସେହିପରି ପାୱାର ବ୍ୟାକଅପର ବ୍ୟବସ୍ଥା କରାଯାଇଛି । ତେଣୁ ବିଦ୍ୟୁତ କାଟର ଚିନ୍ତା ନାହିଂ । ତେବେ କାଉଣ୍ଟିଂ ସେଣ୍ଟର ଭିତରକୁ ମୋବାଇଲ ବ୍ୟାନ କରାଯାଇଛି । ଏବଂ ଗଣମାଧ୍ୟମ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି ବୋଲି ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ଆଇନ ଶୃଙ୍ଖଳା ଏଡିଜି ସଞ୍ଜୟ କୁମାର ।

ସୂଚନା ଅନୁସାରେ, ଆସନ୍ତାକାଲି ୭୦ଟି କେନ୍ଦ୍ରରେ ଭୋଟ ଗଣନା କରାଯିବ । ଅଢେଇ କୋଟିରୁ ଅଧିକ ଲୋକଙ୍କ ମତଗଣନା ହେବ ।୬୯ଟିରେ ଇଭିଏମ ଓ ୧ଟିରେ ପୋଷ୍ଟାଲ ବାଲାଟ ଗଣତି କରାଯିବ । ସକାଳ ୮ଟାରେ ଭୋଟ ଗଣନା ଆରମ୍ଭ ହେବ । ଆନ୍ଧ୍ରପ୍ରଦେଶ ଓ ଓଡ଼ିଶାରେ ବିଧାନସଭା ନିର୍ବାଚନ ଓ ନିର୍ବାଚନମଣ୍ଡଳୀଗୁଡିକର ଉପ-ନିର୍ବାଚନ ପାଇଁ ମଧ୍ୟ ଭୋଟ ଗଣନା ଆସନ୍ତାକାଲି କରାଯିବ । ତେବେ ଭୋଟ ଗଣତିର ସମ୍ପର୍ଣ୍ଣ ସମ୍ପୂର୍ଣ୍ଣ ସୂଚନା ଓ ଫଳାଫଳ ଇସିଆଇ ୱେବସାଇଟ results.eci.gov.in ତଥା ଭୋଟର ହେଲ୍ପଲାଇନ ଆପରେ ଉପଲବ୍ଧ ହେବ। ଗୁଗୁଲ ପ୍ଲେ ଷ୍ଟୋର କିମ୍ବା ଆପଲର ପ୍ଲେ ଷ୍ଟୋରରୁ ଭୋଟର ହେଲ୍ପଲାଇନ ଆପ ଡାଉନଲୋଡ କରି ନିର୍ବାଚନ ସମ୍ପର୍କିତ ସମସ୍ତ ତଥ୍ୟ ଦେଖିହେବ ବୋଲି ସୂଚନା ଦେଇଛନ୍ତି ଇସିଆଇ ।

ସେପଟେ ୨୦୧୯ ତୁଳନାରେ ୨୦୨୪ରେ ବୃଦ୍ଧି ପାଇଛି ମତଦାର ହାର । ୨୦୧୯ରେ ୭୩.୦୯% ମତଦାନ ହୋଇଥିବା ବେଳେ ୨୦୨୪ରେ ୭୪.୪୪% ମତଦାନ ହୋଇଛି । ସେହିପରି ପୁରୁଷ ଭୋଟରଙ୍କ ତୁଳନାରେ ମହିଳା ଭୋଟର ପ୍ରତିଶତ ଅଧିକ ରହିଛି । ୨୦୨୪ ନିର୍ବାଚନରେ ୭୩.୩୭% ପୁରୁଷ ମତଦାନ ସାବ୍ୟସ୍ତ କରିଥିବା ବେଳେ ୭୫.୫୫% ମହିଳା ଭୋଟ ଦେଇଛନ୍ତି ବୋଲି ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ।

Comments are closed.