Latest Odisha News

୩ ବର୍ଷରେ ଇଚ୍ଛାମୃତ୍ୟୁରେ ଗଲାଣି ୧୭ ହଜାରରୁ ଅଧିକ ଜୀବନ

ଭୁବନେଶ୍ବର: ବଢିଚାଲିଛି ଇଚ୍ଛାମୃତ୍ୟୁର ହାର । ସେ ଦେଶ ହେଉକି ରାଜ୍ୟ ସବୁଠି ପ୍ରତିଦିନ ଆତ୍ମହତ୍ୟା ଖବର ସାମ୍ନାକୁ ଆସୁଛି । ଯେଉଁଥିରେ ସବୁଠୁ ବେଶୀ ଅଛନ୍ତି ଯୁବବର୍ଗ ।

ଯାହାକୁ ନେଇ ଆଜି ବିଧାନସଭାରେ ବିଧାୟକ ଧ୍ରୁବ ସାହୁଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉତ୍ତର ରଖି କହିଛନ୍ତି, ଗତ ୩ ବର୍ଷରେ ରାଜ୍ୟରେ ୧୭ ହଜାରରୁ ଅଧିକ ଲୋକ ଆତ୍ମହତ୍ୟା କରିଛନ୍ତି । ୨୦୨୧ରୁ ୨୦୨୩ ମଧ୍ୟରେ ତଥ୍ୟ କହୁଛି ୧୭ ହଜାର ୭୫୮ ଜଣ ଆତ୍ମହତ୍ୟା କରି ଜୀବନ ହାରିଛନ୍ତି । ଯେଉଁଥିରେ ଅଧିକ ଯୁବବର୍ଗ । ଏହି ୩ ବର୍ଷରେ ୨୧୮ ଛାତ୍ର, ୨୬୩ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି । ୨୦୨୩ରେ ସର୍ବାଧିକ ୧୦୪ ଜଣ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି । ଏହାସହିତ ୪ ଚାଷୀ ଆତ୍ମହତ୍ୟା କରିଛନ୍ତି ବୋଲି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

Comments are closed.