Latest Odisha News

BREAKING NEWS

ଦେଶରେ ଦିନକରେ ରେକର୍ଡ ୩୦ ଲକ୍ଷ ଲୋକଙ୍କୁ ଟିକାକରଣ

ନୂଆଦିଲ୍ଲୀ: କରୋନା ଗ୍ରାଫ ପୁଣି ଥରେ ଉପରମୁହାଁ ହୋଇଥିବା ବେଳେ ଦେଶବ୍ୟାପୀ ଜାରି ରହିଛି ଟିକାକରଣ ଅଭିଯାନ । ଗତକାଲି ଗୋଟିଏ ଦିନରେ ରେକର୍ଡ ୩୦ ଲକ୍ଷ ଲୋକଙ୍କୁ ଟିକା ଦିଆଯାଇଛି । ୨୪ ଘଣ୍ଟାରେ ଦିଆଯାଇଥିଲା ମୋଟ୍ ୩୦ ଲକ୍ଷ ୩୯ ହଜାର ଡୋଜ୍ ଟିକା । ଏଥିରେ ୨୬ଲକ୍ଷ ଜାର ଲୋକଙ୍କୁ ଟିକାର ପ୍ରଥମ ଡୋଜ୍ ଦିଆଯାଇଥିଲା ।୪ଲକ୍ଷ ୧୨ ହଜାର ନେଇଛନ୍ତି ଦ୍ୱିତୀୟ ଡୋଜ୍ ।

ବର୍ତ୍ତମାନ ସୁଦ୍ଧା ଦେଶରେ ୩କୋଟି ୨୯ ଲକ୍ଷ ଲୋକଙ୍କୁ ଦିଆଯାଇଛି ଟିକା । ଗତ ୧୫ ଦିନରେ ଲକ୍ଷେରୁ ଅଧିକ ୬୦ବର୍ଷ କିମ୍ବା ତାଠୁ ଅଧିକ ବୟସ୍କଙ୍କୁ କୋଭିଡ୍ ଟିକା ଦିଆଯାଇଛି । ବର୍ତମାନେ ସ୍ୱାସ୍ଥ୍ୟକର୍ମୀ, ଫ୍ରଣ୍ଟଲାଇନ୍ କରୋନା ଯୋଦ୍ଧାଙ୍କ ସମେତ ୬୦ବର୍ଷରୁ ଅଧିକ ବୟସ୍କ ଓ ବହୁବିଧ ରୋଗରେ ପୀଡ଼ିତ ୪୫ବର୍ଷରୁ ଅଧିକ ବ୍ୟକ୍ତିଙ୍କୁ ଟିକା ଦିଆଯାଉଛି ।

Leave A Reply

Your email address will not be published.