ବରଗଡ: ବରଗଡ ଜିଲ୍ଲାରେ ନିଶା ପ୍ରାଦୁର୍ଭାବ ରୋକିବା ଦିଗରେ ଅବକାରୀ ବିଭାଗର ଜୋରଦାର ପ୍ରୟାସ । ପାଟ୍ରୋଲିଂ ସମୟରେ ବରଗଡ଼ ବ୍ଲକ ଅନ୍ତର୍ଗତ କଟା ଟିକ୍ରା ଗ୍ରାମର ଦ୍ରୋତା ଖମାରି ନାମକ ବ୍ୟକ୍ତିଙ୍କ ଘରୁ ୪ କିଲୋ ୩୦୦ଗ୍ରାମ ଗଞ୍ଜେଇ ଜବତ କରିଛି ପୋଲିସ ।
ଏକ ବିଶେଷ ସୂତ୍ରରୁ ମିଳିଥିବା ଖବର ଏବଂ ଅବକାରୀ ଅଧିକ୍ଷକ ସୁବନ କୁମାର ନାୟକଙ୍କ ନିର୍ଦ୍ଦେଶାନୁସାରେ ଏହି ଚଢାଉ କରାଯାଇଥିଲା । ତେବେ ଉକ୍ତ ଚଢ଼ାଉ ସମୟରେ ଅବକାରୀ ଉପ ନିରୀକ୍ଷକ ସ୍ୱପ୍ନାରାଣୀ ଟେଟେ, ଏସଆଇ ଅବଦୁଲ ଅନୱର, ଏସଆଇ ମଳୟ ପ୍ରଧାନ, କନେଷ୍ଟେବଳ ଚନ୍ଦ୍ରକାନ୍ତ ଭୋଇ, ରାଜେଶ ସାହୁ, ରାଜେଶ ରାଉତ ଏବଂ ସୌମ୍ୟ ରଞ୍ଜନ ସାହୁ ସାମିଲ ରହିଥିଲେ ।
Comments are closed.