ଭୁବନେଶ୍ୱର: ବେପରୁଆ ଢଙ୍ଗରେ ଗାଡ଼ି ଚାଳାଉଥିଲେ ସାବଧାନ ହୋଇ ଯାଆନ୍ତୁ । ନଚେତ୍ ଚେକିଂରେ ଧାରପଡିଲେ ତଣ୍ଡ ଗଣିବେ । ତାସହ ବାତିଲ ହେବ ଡ୍ରାଇଭିଂ ଲାଇସେନ୍ସ । ନୂଆବର୍ଷରୁ ରାଜ୍ୟରେ ଜୋରଦାର ହୋଇଛି ଟ୍ରାଫିକ ଧରପଗଡ଼ । ଅମାନିଆ ଗାଡ଼ି ଚାଳକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଉଛି । ଜାନୁଆରୀ ପହିଲାରୁ ୨୧ ତାରିଖ ଭିତରେ ରାଜ୍ୟରେ ୪ହଜାର ୨୬୭ ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ତିନି ମାସ ପାଇଁ ରଦ୍ଦ ହୋଇଛି ।

ହେଲମେଟ୍ ନ ପିନ୍ଧିବା କାରଣରୁ ସର୍ବାଧିକ ୨ହଜାର ୬୮୮ ଜଣଙ୍କର ଡିଏଲ୍ ତିନି ମାସ ବାତିଲ କରାଯାଇଛି । ସେହିପରି ଦ୍ରୁତ ଗତିରେ ଗାଡ଼ି ଚଳାଇବା କାରଣରୁ ୭୨୮ଜଣ, ମୋବାଇଲ୍ ଫୋନରେ କଥା ହୋଇ ଗାଡ଼ି ଚାଳନାରୁ ୨୫୫, ମଦ ପିଇ ଗାଡ଼ି ଚଳାଇବା ବେଳେ ଧରାପଡ଼ିବାରୁ ୭୮ ଜଣ ଚାଳକଙ୍କ ଡିଏଲ୍ ରଦ୍ଦ ହୋଇଛି ।

ଭୁବନେଶ୍ୱର ଆରଟିଓ-୧ ପରିସରରୁ ସର୍ବାଧିକ ୬୫୪, ଭୁବନେଶ୍ୱର ଆରଟି-୨ ଅଧୀନରେ ୫୪୮, କଟକରେ ୫୩୭, ସମ୍ୱଲପୁରରେ ୪୧୦ ଓ ରାଉରକେଲା ଆରଟିଓ ଅଧୀନରେ ୨୭୯ ଜଣ ଗାଡ଼ି ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ତିନି ମାସ ପାଇଁ ରଦ୍ଦ କରାଯାଇଛି । ଏବେ ପଛରେ ବସିଥିବା ଲୋକ ବି ହେଲମେଟ୍ ପିନ୍ଧିବା ବାଧ୍ୟତାମୂଳକ ହୋଇଛି ।
BREAKING NEWS
- ପିଏମ୍ କିଷାନ ଉତ୍ସବ ଦିବସ; ଓଡିଶାର ୩୪ ଲକ୍ଷରୁ ଉର୍ଦ୍ଧ୍ୱ କୃଷକ ପାଇଲେ ୬୮୪ କୋଟି
- ଭୟାବହ ଯୁଦ୍ଧ ସ୍ଥିତି ପାଇଁ ‘ଇଫ୍ତାର ଓ ଇଦ୍ ମିଲନ’ ପାଳନ କରିବନି ବିଜେଡି…
- ଭୋଟର ତାଲିକାରୁ କଟିଲା ୬୩ ଲକ୍ଷ ନାଁ ଦୋହଲି ଯିବ କି ଦିଦିଙ୍କ ଆସନ !
- Gold rate falls: ଖସିଲା ସୁନା ଦର; ଜାଣନ୍ତୁ କ’ଣ ରହିଛି ଦାମ୍
- ବିଜେପିକୁ ବାଏବାଏ କଲେ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସ
- ଆଇପିଏଲ: ୩୦୦ କ୍ଲବରେ ସାମିଲ ହେବା ପାଇଁ କୋହଲିଙ୍କୁ ଆବଶ୍ୟକ ୯ ଛକା
- Physical Education: ଆସନ୍ତା ଶିକ୍ଷା ବର୍ଷରୁ ତୃତୀୟରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମିଳିବ ଶାରୀରିକ ଶିକ୍ଷା
- Brain behind Iran’s ‘Mosaic Defence’: କେମିତି ଇସ୍ରାଏଲ-ଆମେରିକା ଆଗରେ ଏପର୍ଯ୍ୟନ୍ତ ଦୃଢ଼ ଭାବେ ଛିଡ଼ା ହୋଇଛି ଇରାନ? ପଛରେ ଅଛି ଏହି ବ୍ୟକ୍ତିଙ୍କ ମାଷ୍ଟରମାଇଣ୍ଡ…
- ରାଜ୍ୟରେ ସ୍ଥାପନ ହେବ ୫୧୮୨ ମୋବାଇଲ୍ ଟାୱାର, ଉପକୃତ ହେବ ଏତିକି ଗାଁ..
- କୋହଲି, ରୋହିତଙ୍କ ପାଇଁ ବାୟା ହେଉଛନ୍ତି ବିଦେଶୀ ବୋର୍ଡ
Comments are closed.